ହୋମୱାର୍କ କରନ୍ତୁ ଲେଖାଶ୍ରୀ, ଟିକେଟ୍ ନପାଇବାରୁ ରାଗିଛନ୍ତି
ଭୁବନେଶ୍ୱର: ପ୍ରଭୁ ଲିଙ୍ଗରାଜଙ୍କ ଜମି ବିବାଦ ମାମଲାରେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ଅଭିଯୋଗକୁ ଖଣ୍ଡନ କଲେ ମନ୍ତ୍ରୀ ଅଶୋକ ପଣ୍ଡା । କଡ଼ା ଜବାବ ଦେଇଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା । ବିଧାୟକ ପାଣ୍ଠିରୁ ବିବାଦୀୟ ଜମିକୁ ରାସ୍ତାପାଇଁ ୧୮ ଲକ୍ଷ ଦେବା ଅଭିଯୋଗ ସମ୍ପୂର୍ଣ୍ଣ ମିଛ । ୨୦୧୪ରେ ଲେଖାଶ୍ରୀ ନୀଳଗିରି ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢିବା ପାଇଁ ତାଙ୍କ ସ୍ବାମୀଙ୍କ ସହ ଆସିଥିଲେ । ମୁଁ ତାଙ୍କୁ ଦଳର ସଭାପତିଙ୍କ ପାଖକୁ ପଠାଇଥିଲି । ସେଥିପାଇଁ ଉଦ୍ଦେଶ୍ୟ ମୂଳକ ଭାବରେ ଆକ୍ଷେପ କରୁଥିବା ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି ।
ସେହିପରି ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି, ବିକାଶ ମୂଳକ କାମ ପାଇଁ ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠି କାମ କରିଥାଏ । ଯାହା ଜିଲ୍ଲାପାଳଙ୍କ ମାଧ୍ୟମରେ ବ୍ୟବହାର ହୋଇଥାଏ । ସେହି ପାଣ୍ଠିରୁ ଧଉଳି, ନୂଆଗାଁ ରାସ୍ତା, କରୋନା କେୟାର ସେଣ୍ଟରର କାମ ହୋଇଛି । ଯଦି ଏ ସମ୍ପର୍କରେ ଲେଖାଶ୍ରୀ ଜାଣନ୍ତିନି ତେବେ ହୋମଓ୍ବାର୍କ କରନ୍ତୁ । ଲେଖାଶ୍ରୀ ଯଦି ପ୍ରମାଣର ସହ ଏହାକୁ ଉଲ୍ଲେଖ କରିବେ ତେବେ ମୁଁ ତାଙ୍କୁ ସାବାସୀ ଦେବି ବୋଲି ମନ୍ତ୍ରୀ ଜବାବ୍ ଦେଇଛନ୍ତି ।