୨ ବିଧାୟକଙ୍କ ସମର୍ଥନ ପରେ ରାଜ୍ୟପାଳଙ୍କୁ ଭେଟିଲେ ଗେହଲୋଟ୍‌

1 min read

ଜୟପୁର: ରାଜସ୍ଥାନରେ ସୁଧୁରୁଛି ଗେହଲୋଟଙ୍କ ସ୍ଥିତି । ରାଜ୍ୟପାଳଙ୍କୁ ଭେଟି ୧୦୨ ସମର୍ଥକ ଥିବା ଦର୍ଶାଇବା ପରେ ରାଜସ୍ଥାନ ରାଜନୀତିର ଚିତ୍ର କିଛିଟା ସ୍ପଷ୍ଟ ହୋଇପାରିଛି । ଶନିବାର ରାଜ୍ୟପାଳ କଲରାଜ ମିଶ୍ରଙ୍କୁ ସାକ୍ଷାତ କରିବା ସହ ତାଙ୍କ ସରକାରଙ୍କ ପାଖରେ  ୧୦୨ ବିଧାୟକଙ୍କ ସମର୍ଥନ ଥିବା ଦର୍ଶାଇଛନ୍ତି । ତେବେ ଏ ସମ୍ପର୍କରେ କୌଣସି ବିସ୍ତୃତ ସୂଚନା ଦେଇନାହାନ୍ତି ଗେହଲଟ୍ ।

କେବଳ ଏହା ରାଜ୍ୟପାଳଙ୍କ ସହ ସୌଜନ୍ୟମୂଳକ ସାକ୍ଷାତକାର ଥିବା କହିଛନ୍ତି । ଏହାପୂର୍ବରୁ କଂଗ୍ରେସ ସରକାରଙ୍କୁ ୨ ଜଣ ଭାରତୀୟ ଟ୍ରାଇବଲ ପାର୍ଟି ବିଧାୟକ ସମର୍ଥନ ଘୋଷଣ କରିଥିଲେ । ଏକ ସାମ୍ୱାଦିକ ସମ୍ମିଳନୀରେ ଉଭୟ ଗେହଲୋଟ୍‌ଙ୍କୁ ସମର୍ଥନ କରୁଥିବା ନେଇ ସୂଚିତ କରିଛନ୍ତି । ପୂର୍ବରୁ ଏମାନେ ଗେହଲୋଟ୍ ସରକାରଙ୍କଠାରୁ ସମର୍ଥନ ପ୍ରତ୍ୟାହାର କରି ନେଇଥିଲେ । ତେବେ ଗେହଲୋଟଙ୍କ ଠାରେ ସଂଖ୍ୟାଗରିଷ୍ଠତା ଥିବା ଦର୍ଶାଇଥିବା ସତ୍ତ୍ୱେ ସମସ୍ତ ବିଧାୟକ ଜୟପୁରର ଫେୟାରମେଣ୍ଟ ହୋଟେଲରେ ରହିଛନ୍ତି ।

ସୂଚନା ଯୋଗ୍ୟ ଯେ, ରାଜ୍ୟପାଳଙ୍କୁ ଦେଖା କରିବା ସମୟରେ ପ୍ରଥମେ ମୁଖ୍ୟମନ୍ତ୍ରୀ ଗେହଲୋଟ୍ ରାଜ୍ୟପାଳଙ୍କୁ ସାନିଟାଇଜର୍‌ ଦେବା ସହ ନିଜେ ମଧ୍ୟ ସାନିଟାଇଜରର ବ୍ୟବହାର କରିଥିଲେ । ଏବଂ ସାକ୍ଷାତବେଳେ ଉଭୟ ମୁହଁରେ ମାସ୍କ ମଧ୍ୟ ପିନ୍ଧିଥିଲେ । ଯାହା ଲୋକଙ୍କୁ କରୋନା ମୁକାବିଲା ନେଇ ଭଲ ସନ୍ଦେଶ ଦେଉଛି ।

ଥମୁନି ରାଜନୈତିକ ଝଡ଼: ବିଧାୟକଙ୍କ ନାଁରେ ରୁଜୁ ହେଲା FIR

Leave a Reply