କଂଗ୍ରେସରୁ ଇସ୍ତଫା ଦେଲେ ଅଶୋକ ଚୌହ୍ବାନ

1 min read

ମୁମ୍ବାଇ: କଂଗ୍ରେସକୁ ପୁଣି ବଡ଼ଧରଣର ଧକ୍କା । ଦଳରୁ ଇସ୍ତଫା ଦେଇଛନ୍ତି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ ସାଂସଦ ଅଶୋକ ଚୌହ୍ବାନ । ଦଳର ପ୍ରାଥମିକ ସଦସ୍ଯତା ପଦରୁ ଇସ୍ତଫା ଦେଇଛନ୍ତି ଅଶୋକ। ତାଙ୍କ ସହ ଆଉ ୧୦-୧୨ କଂଗ୍ରେସ ବିଧାୟକ ଦଳ ଛାଡିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ସମ୍ଭବତଃ ସେ ବିଜେପିରେ ସାମିଲ ହୋଇ ରାଜ୍ଯସଭାକୁ ଯିବା ନେଇ ଚର୍ଚ୍ଚା ଚାଲିଛି। ଭୋକାର ବିଧାନସଭା ଆସନରୁ ପ୍ରତିନିଧିତ୍ବ କରୁଥିବା ଅଶୋକ ସୋମବାର ବାଚସ୍ପତି ରାହୁଲ ନାର୍ବେକରଙ୍କୁ ଭେଟି ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। କିଛି ଦିନ ତଳେ କଂଗ୍ରେସ ନେତା ମିଲିନ୍ଦ ଦେଓରା ଦଳତ୍ଯାଗ କରି ଏକନାଥ ସିନ୍ଦେ ଶିବସେନା ଗୋଷ୍ଠୀରେ ସାମିଲ ହୋଇଥିଲେ। କୁହାଯାଉଛି ମହାରାଷ୍ଟ୍ର ପିସିସି ସଭାପତି ନାନା ପାଟୋଲଙ୍କ ସହ ଅଶୋକଙ୍କ ତିକ୍ତ ସମ୍ପର୍କ ଥିଲା ଏବଂ ପ୍ରାର୍ଥୀ ଚୟନ ନେଇ ଏହା ଶୀର୍ଷ ସ୍ତରକୁ ଯାଇଥିଲା। ଅଶୋକ ମହାରାଷ୍ଟ୍ରର ପଞ୍ଚଦଶ ମୁଖ୍ୟମନ୍ତ୍ରୀ ଭାବେ ୨୦୦୮ରୁ ୨୦୧୦ ଯାଏ ଦାୟିତ୍ବ ତୁଲାଇଥିଲେ। ତାଙ୍କ ବାପା ଶଙ୍କର ରାଓ ଚଭନ ବି ୧୯୮୬ପୁ ୧୯୮୮ ମହାରାଷ୍ଟ୍ର ମୁଖ୍ଯମନ୍ତ୍ରୀ ଥିଲେ।