ଲଖିମପୁର ଚାଷୀ ହତ୍ୟା: ଗିରଫ ହେଲେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରା

ଲକ୍ଷ୍ନୌ: କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରା ଗିରଫ  । ଲଖିମପୁର ଖେରିରେ ଚାଷୀଙ୍କୁ ଗାଡ଼ି ଚଢାଇ ହତ୍ୟା କରିବା ଅଭିଯୋଗର ମୁଖ୍ୟ କାର୍ପଟଦାର ଭାବେ ମାମଲା ଋଜୁ ହୋଇଥିବା ବେଳେ ଶନିବାର ଦୀର୍ଘ ସମୟର ପଚରା ଉଚରା ପରେ ଗିରଫ କରିଛି କ୍ରାଇମବ୍ରାଞ୍ଚ  ।  ଶୁକ୍ରବାର କ୍ରାଇମବ୍ରାଞ୍ଚର ନୋଟିସ ପରେ ଶନିବାର ହାଜର ହୋଇଥିଲେ ଆଶିଷ ମିଶ୍ରା  । ଚାଷୀଙ୍କୁ ହତ୍ୟା କରିଥିବାନେଇ ଗୋଟେପଟେ ସମଗ୍ର ଦେଶରେ ଆନ୍ଦୋଳନର ନିଆଁ କୁହୁଳୁଥିବା ବେଳେ ଗିରଫ ନେଇ ବିଭିନ୍ନ ଦିଗରୁ ଚାପ ପଡିଥିଲା  । ଆଶିଷ ମିଶ୍ରା ଗିରଫ ହୋଇଥିବା ନେଇ ସୂଚନା ପ୍ରଦାନ କରିଛନ୍ତି ସାହାରନପୁର ଡିଆଇଜି ଉପେନ୍ଦ୍ର ଅଗ୍ରୱାଲ  ।

ଅନ୍ୟପଟେ ପୋଲିସ କାହିଁକି କେନ୍ଦ୍ରମନ୍ତ୍ରୀଙ୍କୁ ପୁଅକୁ ଗିରଫ କରୁନାହିଁ, ସେନେଇ ମଧ୍ୟ ୟୁପି ପୋଲିସ ପ୍ରଶ୍ନ ଘେରରେ ଠିଆ ହୋଇଥିଲା  । ଏହାରି ଭିତରେ ଶନିବାର ଲକ୍ଷିମପୁର ଖେରି କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟରେ ହାଜର ହେବା ନେଇ ନୋଟିସ ଜାରି କରାଯାଇଥିଲା  । ସମୟସର ମହଲତ ଥିଲା ଦିନ ୧୧ଟା  । ସକାଳୁ ଗଣମାଧ୍ୟମର ଗହଳି  । ଚାରିଆଡେ ଛାଇ ଯାଇଛି କ୍ୟାମେରା  । ସମସ୍ତଙ୍କ ନଜର ଥାଏ କେତେବେଳେ କାର୍ଯ୍ୟାଳୟରେ ହାଜିର ହେବେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରା  । ଆଉ ୧୧ଟା ପୂର୍ବରୁ ଅର୍ଥାତ ୧୦ଟା ୩୮ରେ ପହଁଚିଯାଇଥିଲେ କେନ୍ଦ୍ର ମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରା  ।

ସ୍ୱତନ୍ତ୍ର ତଦନ୍ତକାରୀ ଟିମ ଆଶିଷ ମିଶ୍ରାଙ୍କୁ ଦୀର୍ଘ ୧୨ ଘଣ୍ଟା ଧରି ପଚରା ଉଚରା ଜାରି ରଖିଥିଲା  । କିନ୍ତୁ ସାହାରନପୁର ଡିଆଇଜିଙ୍କ କହିବା ମୁତାବକ ଦୀର୍ଘ ୧୨ ଘଣ୍ଟାର ତଦନ୍ତ ବେଳେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରା ତଦନ୍ତକାରୀ ଟିମକୁ ସହଯୋଗ କରିନଥିଲେ  । ଅନେକ ପ୍ରଶ୍ନର ଉଚ୍ଚର ମଧ୍ୟ ଦେଇନଥିଲେ  । ଆଶିଷ ମିଶ୍ରାଙ୍କ ସମ୍ପୃକ୍ତି ରହିଥିବା କ୍ରାଇମବ୍ରାଞ୍ଚର ଏହି ତଦନ୍ତକାରୀ ଟିମ ଜାଣିବାକୁ ପାଇଥିଲା  । ପରେ ଆଇନ ମୁତାବକ ଆଶିଷ ମିଶ୍ରାଙ୍କୁ ଗିରଫ କରାଯାଇଥିବା କହିଛନ୍ତି ସାହାରନପୁର ଡିଆଇଡି ଉପେନ୍ଦ୍ର ଅଗ୍ରୱାଲ  ।

Leave a Reply