ନେହେରୁ ବଙ୍ଗଳାରେ ଆଶାକର୍ମୀଙ୍କୁ ଦୁଷ୍କର୍ମ !

ପାରାଦୀପ: ପାରାଦୀପରେ ଆଶାକର୍ମୀଙ୍କୁ ଦୁଷ୍କର୍ମ ଅଭିଯୋଗ । ପାରାଦୀପ ଆଦର୍ଶ ଥାନାରେ ଏନେଇ ପୀଡ଼ିତା ଏତଲା ଦେଇଛନ୍ତି । ପୋଲିସ ପକ୍ଷରୁ ଘଟଣାସ୍ଥଳରେ ଡଗ୍ ସ୍କ୍ୱାଡ୍ ସହାୟତାରେ ତଦନ୍ତ ଆରମ୍ଭ ହୋଇଛି । ଏଭଳି ସଙ୍ଗୀନ ଅଭିଯୋଗକୁ ଗୁରୁତର ସହ ନେଇଛି ପୋଲିସ ।
ମିଳିଥିବା ସୂଚନା ମୁତାବକ ମୁଖ୍ୟ ଅଭିଯୁକ୍ତକୁ ଥାନାରେ ଅଟକ ରଖିଛି ପୋଲିସ । ଗତକାଲି ସନ୍ଧ୍ୟାରେ ଏକ ନାଲିରଙ୍ଗର କାରରେ ଆଶାକର୍ମୀଙ୍କୁ ଅପହରଣ କରି ନେହେରୁ ବଙ୍ଗଳା ଅଞ୍ଚଳରେ ଦୁଷ୍କର୍ମ କରିଥିବା ପୀଡ଼ିତା ଅଭିଯୋଗ କରିଛନ୍ତି । କାରରେ ୪ ଜଣ ଯୁବକ ଥିଲେ । ଜଣେ ଯୁବକକୁ ପୋଲିସ ଥାନାରେ ଅଟକ ରଖିଛି।