ନନ୍ଦଘୋଷ ବ୍ୟୁରୋ : ଆଜି ହେବ ଆଶା ଭୋସଲେଙ୍କ ଶେଷ କୃତ୍ୟ। ମୁମ୍ଵାଇର ଶିବାଜୀ ପାର୍କରେ ତାଙ୍କର ଅନ୍ତିମ ସଂସ୍କାର ହେବ। ଏହି ସୂଚନା ଦେଇଛନ୍ତି ତାଙ୍କ ପୁଅ। ମହାରାଷ୍ଟ୍ର ସରକାର କହିଛନ୍ତି, ଆଶା ଭୋସଲେଙ୍କୁ ପ୍ରଦାନ କରାଯିବ ରାଷ୍ଟ୍ରୀୟ ମର୍ଯ୍ୟାଦା। ରାଷ୍ଟ୍ରୀୟ ସମ୍ମାନର ସହିତ ତାଙ୍କୁ ଅନ୍ତିମ ବିଦାୟ ଦିଆଯିବ। ଅପରାହ୍ନ ୪ଟାରେ ଶେଷକୃତ୍ୟ ହେବ। ସକାଳ ୧୧ଟାରୁ ୩ଟା ଯାଏ ତାଙ୍କ ବାସଭବନରେ ଶୁଭେଚଛୁ ଓ ଆତ୍ମୀୟ ସ୍ଵଜନମାନେ ଶେଷ ଦର୍ଶନ କରିପାରିବେ। ଗତକାଲି ହୃଦଘାତରେ ତାଙ୍କର ପରଲୋକ ହୋଇଥିଲା। ବ୍ରିଚକାଣ୍ଡି ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ବିୟୋଗ ହୋଇଛି। ତାଙ୍କୁ ହେଉଥିଲା ୯୨ ବର୍ଷ। ୨୦ରୁ ଅଧିକ ଭାଷାରେ ସେ ଗାଇଛନ୍ତି ୧୨ ହଜାରରୁ ଅଧିକ ଗୀତ । ଦାଦା ସାହେବ ଫାଲକେ ଓ ପଦ୍ମ ସମ୍ମାନ ସହିତ ଅନେକ ପୁରସ୍କାର ସେ ପାଇଛନ୍ତି। ଆଠ ଦଶନ୍ଧିରୁ ଅଧିକ ସମୟ ଧରି ତାଙ୍କ କ୍ୟାରିଅରରେ ସେ ବିଭିନ୍ନ ଭାରତୀୟ ଭାଷାରେ ଚଳଚ୍ଚିତ୍ର ଏବଂ ଆଲବମ୍ ପାଇଁ ଗୀତ ରେକର୍ଡ କରିଛନ୍ତି ଏବଂ ଦୁଇଟି ଜାତୀୟ ଚଳଚ୍ଚିତ୍ର ପୁରସ୍କାର , ଚାରିଟି BFJA ପୁରସ୍କାର , ଅଠରଟି ମହାରାଷ୍ଟ୍ର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର , ନଅଟି ଫିଲ୍ମଫେୟାର ପୁରସ୍କାର ଆଦି ଲାଭ କରିଥିଲେ।

