ଆସାମ ସୁନ୍ଦରୀଙ୍କ କଣ୍ଠରେ ସମ୍ବଲପୁରୀ ଗୀତ, ସୋସିଆଲ ମିଡିଆରେ ହେଉଛି ଭାଇରାଲ୍

ଗୌହାଟି: ସୋସିଆଲ ମିଡିଆରେ ପୁଣି ଟ୍ରେଣ୍ଡ କଲା ପଶ୍ଚିମ ଓଡ଼ିଶାର ଲୋକଗୀତ ରଙ୍ଗବତୀ ଓ ଡାଲଖାଇ । ସୋସିଆଲ ମିଡିଆ ସନଶେଶନ ତଥା ଲୋକପ୍ରିୟ ଆସାମୀ ଗାୟିକା ନନ୍ଦି ସିଷ୍ଟର୍ସ ଗାଇଲେ ଓଡ଼ିଆଗୀତ। ନିଆରା ଅନ୍ଦାଜ ଓ ଭିନ୍ନ ଶୈଳୀରେ ପଶ୍ଚିମଓଡ଼ିଶାର ଲୋକଗୀତ ଡାଲଖାଇ ଓ ରଙ୍ଗବତୀକୁ ପରିବେଷଣ କରି ଢେର୍ ପ୍ରଶଂସା ସାଉଁଟିଛନ୍ତି ଅନ୍ତରା ଓ ଅଙ୍କିତା।

କେବଳ ଏତିକି ନୁହେଁ ଏହି ଗୀତ ଗାଇବାବେଳେ ନନ୍ଦି ସିଷ୍ଟର୍ସ ସମ୍ପୂର୍ଣ୍ଣ ପଶ୍ଚିମଓଡ଼ିଶାର ଗେଟଅପରେ ନଜର ଆସିଥିଲେ । ପାରମ୍ପରିକ ସମ୍ବଲପୁରୀ ଶାଢ଼ୀ ସହ ମଥାରେ ଖୋସା ପିନ୍ଧି ଓଡିଶାବାସୀଙ୍କ ମନକୁ ମୋହି ନେଇଛନ୍ତି। ଏଥିସହ ପାଖରେ ଓଡିଆଙ୍କ ଗର୍ବ ମହାପ୍ରଭୁ ଶ୍ରୀ ଜଗ୍ନନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ରଖି ଗୀତ ଗାଇଥିଲେ ଦୁଇ ଭଉଣୀ ଅନ୍ତରା ଓ ଅଙ୍କିତା। ଯାହାକି ଓଡ଼ିଆଙ୍କ ମନକୁ ଛୁଇଁଛି।

ସବୁଥର ଭଳି ଏଥର ମଧ୍ୟ ନନ୍ଦି ସିଷ୍ଟର୍ସ ନିଜ ବାଲକୋନି କନସର୍ଟରେ ଭାରତର ଅନ୍ୟ ଏକ କୋଣର ସଂସ୍କୃତି ଓ ପରମ୍ପରାର ଝଲକ ଦେଖାଇଛନ୍ତି। ଭିଡିଓଟି ଅପଲୋଡ ହେବା ମାତ୍ରେ ଫେସବୁକ୍, ଟ୍ୱିଟର, ଇନଷ୍ଟାରେ ଭାଇରାଲ୍ ହୋଇଯାଇଛି।

Leave a Reply