spot_img

Latest Posts

ଆବା ଜାନ ବିବାଦ: ଚାରମୀନାରକୁ ନିଜ ବାପାଙ୍କର କହି ମୋଦି, ଯୋଗୀ ଓ ରାହୁଲଙ୍କୁ ଚ୍ୟାଲେଞ୍ଜ କଲେ ଓୱେସୀ

ହାଇଦ୍ରାବାଦ: ପ୍ରାୟ ୫ ମାସ ପରେ ହେବାକୁ ଥିବା ୟୁପି ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଏଆଇଏମ୍ଆଇଏମ୍ ରାଷ୍ଟ୍ରୀୟ ସଭାପତି ଅସଦୁଦ୍ଦିନ ଓୱେସୀ ବାରମ୍ବାର ରାଲି ଏବଂ ବୈଠକ କରି ମୁସଲମାନମାନଙ୍କୁ ଉସୁକାଉଛନ୍ତି । ସୋମବାର ସଭାରେ ଯୋଗ ଦେବାପାଇଁ କାନପୁରରେ ପହଞ୍ଚିଥିବା ଓୱେସୀ ପୁଣି ଥରେ ବିବାଦୀୟ ବିବୃତ୍ତି ଦେଇ ଚର୍ଚ୍ଚାରେ । ତାଙ୍କ ଅଭିଭାଷଣରେ ସେ ହାଇଦ୍ରାବାଦର ପ୍ରସିଦ୍ଧ ଚାରମିନାରଙ୍କୁ ତାଙ୍କ ବାପାଙ୍କ କୋଠା ବୋଲି କହିଥିଲେ । ସେ ଏହା ମଧ୍ୟ କହିଛନ୍ତି ଯେ ମୁସଲମାନମାନଙ୍କ ଅବସ୍ଥା ବାଜା ବଜାଳିଙ୍କ ଭଳି ଯେଉଁମାନଙ୍କୁ ବିବାହ ସମୟରେ ବାହାରେ ହିଁ ଅଟକାଇଦିଆଯାଏ ।

ହାଇଦ୍ରାବାଦରେ ନିଜ ସମ୍ବୋଧନରେ କହିଛନ୍ତି ଯେ, ଲୋକସଭା ନିର୍ବାଚନରେ ପାଇଁ ହାଇଦ୍ରାବଦର ଲୋକମାନଙ୍କୁ କୋଟି କୋଟି ସଲାମ । ଆମେ ମାନେ ବିଜେପିକୁ ପୁଣି ଥରେ ହରାଇଛୁ । ନରେନ୍ଦ୍ର ମୋଦି ନିଜେ ଆସି ମୋ ବିରୋଧରେ ଅଭିଯୋଗ କଲେ, ମୁଖ୍ୟମନ୍ତ୍ରୀ ବାବା (ଯୋଗୀ ଆଦିତ୍ୟନାଥ) ମଧ୍ୟ ନିର୍ବାଚନ ପ୍ରଚାର କରିବା ପାଇଁ ଆସିଥିଲେ । ପୁଣି ରାହୁଲ ଗାନ୍ଧି ମଧ୍ୟ ଆସିଥିଲେ । ଚାରମିନାର ସାମ୍ନାରେ ଉତ୍ସବ ମନାଇଥିଲେ । ସେତେବେଳେ ମୁଁ କହିଥିଲୁ ଯେ, ଚାରମିନାର ମୋ ବାପାଙ୍କର, ବାପାଙ୍କ ସାମ୍ନାକୁ ଆସ ।

ଜାଜମଉର ଆକୀଲ କମ୍ପାଉଣ୍ଡରେ ଆୟୋଜିତ ଏକ ସାଧାରଣ ସଭାରେ ଓୱାଇସି କହିଛନ୍ତି ଯେ ମୁସଲମାନମାନେ ସେହି ବରଯାତ୍ରୀର ବ୍ୟାଣ୍ଡ ପାର୍ଟି ଭଳି ହୋଇଯାଇଛନ୍ତି, ଯେଉଁମାନଙ୍କୁ ପ୍ରଥମେ ବାଜା ବଜାଇବାକୁ କୁହାଯାଏ, କିନ୍ତୁ ବର ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପରେ ସେମାନଙ୍କୁ ବାହାରେ ହିଁ ଅଟକାଇ ଦିଆଯାଏ । କିନ୍ତୁ ଏବେ ମୁସଲମାନମାନେ ବ୍ୟାଣ୍ଡ ବଜାଇବେ ନାହିଁ, ଆମେ ଡେମୋକ୍ରେସୀର ବାଜା ବଜାଇବୁ । ଏମିତିକି ସବୁ ଜାତିର ନେତା ଅଛନ୍ତି କିନ୍ତୁ ମୁସଲମାନ ଜାତିର କେହି ବି ନେତା ନାହାନ୍ତି । ମୋର ଆଶା ଅଛି କି ମରିବା ପୂର୍ବରୁ ୟୁପିରେ ୧୦୦ ମୁସଲମାନ ନେତା ହୁଅନ୍ତୁ ।

Latest Posts

Don't Miss