spot_img

Latest Posts

‘ଟିକା ଉତ୍ସବ ଆରମ୍ଭ’: ଦେଶବାସୀଙ୍କୁ ୪ଟି ଅନୁରୋଧ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ମାତ୍ ଦେବା ପାଇଁ ସାରା ଦେଶରେ ଜାରି ରହିଛି ଟିକାକରଣ। ଆଜିଠୁ ଆରମ୍ଭ ହେଭଛି ଟିକା ଉତ୍ସବ। ଆସନ୍ତା ୧୪ ତାରିଖ ଯାଏ ସାରା ଦେଶରେ ଟିକା ଉତ୍ସବ ପାଳନ କରାଯିବ। ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରି ଟିକା ଉତ୍ସବ ପାଳନ କରିବାକୁ ଆହ୍ୱାନ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ତେବେ ଆଜି ଏ ନେଇ ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ୍ କରି କହିଛନ୍ତି, ‘ଆମେ ଆଜି ସାରା ଦେଶରେ ‘ଟିକା ଉତ୍ସବ’ ଆରମ୍ଭ କରିବାକୁ ଯାଉଛୁ। ମୁଁ ଦେଶବାସୀଙ୍କୁ ଅପିଲ  କରିବାକୁ ଚାହୁଁଛି ଯେ ସେମାନେ ଏହି ୪ ଟି ଜିନିଷ ଅନୁସରଣ କରନ୍ତୁ। ପ୍ରଥମେ, ଯେଉଁମାନେ ଟୀକାକରଣରେ ସାହାଯ୍ୟ ଆବଶ୍ୟକ କରୁଛନ୍ତି ସେମାନଙ୍କୁ ସାହାଯ୍ୟ କରନ୍ତୁ। ଦ୍ୱିତୀୟରେ, କୋଭିଡ ଚିକିତ୍ସାରେ ଲୋକଙ୍କୁ ସାହାଯ୍ୟ କରନ୍ତୁ। ତୃତୀୟତଃ ମାସ୍କ ପିନ୍ଧନ୍ତୁ ଏବଂ ଅନ୍ୟମାନଙ୍କୁ ବି ମାସ୍କ ପିନ୍ଧିବାକୁ ପ୍ରେରିତ କରନ୍ତୁ। ଏବଂ ଚତୁର୍ଥରେ, ଯଦି କୌ ଣସି ଅଞ୍ଚଳରେ କେହି ବ୍ୟକ୍ତି କରୋନା ପଜିଟିଭ ବାହାରୁଛନ୍ତି ତେବେ ତେବେ ସେଠାରେ ଏକ ମାଇକ୍ରୋ-କଣ୍ଟେନମେଣ୍ଟ ଜୋନ୍ ନିର୍ମାଣ କରିବାରେ ସାହାଯ୍ୟ କରନ୍ତୁ।

ମହାମାରୀ ଭୂତାଣୁକୁ ପ୍ରତିହତ କରିବା ପାଇଁ ଆସିଛି ଭ୍ୟାକସିନ୍ । ଅଦୃଶ୍ୟ ଶତ୍ରୁ ବିରୋଧରେ କରୋନା ଟିକା ଫଳପ୍ରଦ ହେଉଛି । ହେଲେ ଅନେକ ରାଜ୍ୟର ଆବଶ୍ୟକ ମୁତାବକ ଟିକା ନଥିବାରୁ ଚିନ୍ତା ବଢିବାରେ ଲାଗିଛି । ଏଭଳିକି ଅନେକ ସ୍ଥାନରେ ଟିକାକେନ୍ଦ୍ର ମଧ୍ୟ ବନ୍ଦ ହୋଇଗଲାଣି । ଓଡ଼ିଶାରେ ମଧ୍ୟ ସମାନ ସ୍ଥିତି ଦେଖାଦେଇଛି । ରାଜ୍ୟ ସରକାର ୧୦ ଦିନ ପାଇଁ ୨୫ଲକ୍ଷ ଟିକା ଦାବି କରିଥିବା ବେଳେ କେନ୍ଦ୍ର ଗତକାଲି ମାତ୍ର ଅଢ଼େଇ ଲକ୍ଷ ଟିକା ଦେଇଛି । ଯଦି ତୁରନ୍ତ ଆଉ ଟିକା ନଆସେ ତେବେ ଆସନ୍ତାକାଲିଠାରୁ ଓଡ଼ିଶାରେ ଟିକାକରଣ ବାଧାପ୍ରାପ୍ତ ହେବା ଆଶଙ୍କା ରହିଛି ।

Latest Posts

Don't Miss