ବରିଷ୍ଠ ଆଇଏଏସ୍‍ ସ୍ତରରେ ଅଦଳ ବଦଳ, ପରାଗ ଗୁପ୍ତା ହେଲେ ଜଙ୍ଗଲ ଉନ୍ନୟନ ନିଗମ ଅଧ୍ୟକ୍ଷ

ଭୁବନେଶ୍ୱର: ବରିଷ୍ଠ ଆଇଏଏସ୍‍ ଅଫିସର ସ୍ତରରେ ଅଦଳ ବଦଳ । ୧୯୮୮ ବ୍ୟାଚ୍‍ ଆଇଏଏସ୍‍ ପରାଗ ଗୁପ୍ତା ହେଲେ ଓଡିଶା ଜଙ୍ଗଲ ଉନ୍ନୟନ ନିଗମର ଅଧ୍ୟକ୍ଷ । ଗୁପ୍ତା ନିକଟରେ କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିଲେ । ୧୯୯୩ ବ୍ୟାଚ୍‍ ଆଇଏଏସ୍‍ ସୁରେନ୍ଦ୍ର କୁମାରଙ୍କୁ ଓଡିଶା ଖଣି ନିଗମର ଅତିରିକ୍ତ ଦାୟିତ୍ୱ ମିଳିଛି । କୁମାର ଏବେ ଇସ୍ପାତ ଓ ଖଣି ବିଭାଗର ପ୍ରମୁଖ ସଚିବ ସହିତ ସିଡିଏର ଅତିରିକ୍ତ ଦାୟିତ୍ୱରେ ଅଛନ୍ତି ।

ସେହିପରି ୧୯୯୪ ବ୍ୟାଚ୍‍ ଆଇଏଏସ୍‍ ଜି.ମାଥିଭାଥନନଙ୍କୁ ଅତିରିକ୍ତ ଭାବେ ସିଡିଏ ଅଧ୍ୟକ୍ଷ ଦାୟିତ୍ୱ ମିଳିଛି । ମାଥିଭାଥନନ ଏବେ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ସହିତ ସଂସଦୀୟ ବିଭାଗ ଦାୟିତ୍ୱରେ ଅଛନ୍ତି । ସେପଟେ ୨୦୧୦ ବ୍ୟାଚ ଆଇଏଏସ୍‍ ମାନସୀ ନିମ୍ଭାଲଙ୍କୁ ଓଏସ୍‍ଏଏମ୍‍ ବୋର୍ଡର ସଦସ୍ୟ ସଚିବ ଭାବେ ନିଯୁକ୍ତି କରାଯାଇଛି ।

ସୁଶ୍ରୀ ନିମ୍ଭାଲ ଟିଡିକଲ ଏମ୍‍ଡି ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ । ୨୦୧୪ ବ୍ୟାଚ୍‍ ଆଇଏଏସ୍‍ ୟେଦୁଲା ବିଜୟଙ୍କୁ ଓରେଡାର ଅତିରିକ୍ତ ଦାୟିତ୍ୱ । ଡକ୍ଟର ବିଜୟ ଏବେ ଯୋଜନା ଓ ସଂଯୋଜନ ବିଭାଗର ଉପ ସଚିବ ଭାବେ ଦାୟିତ୍ୱ ତୁଲାଉଛନ୍ତି ।

Leave a Reply