ଅମୁଲ ବ୍ରାଣ୍ଡକୁ ନେଇ କଂଗ୍ରେସ-ବିଜେପି ମୁହାଁମୁହିଁ

1 min read

ବେଙ୍ଗାଲୁରୁ: କର୍ଣ୍ଣାଟକ ନିର୍ବାଚନ ପୂର୍ବରୁ ଜୋର ଧରିଛି କ୍ଷୀର ରାଜନୀତି । ରାଜ୍ୟରେ ଅମୁଲ ବ୍ରାଣ୍ଡ ପ୍ରବେଶକୁ ନେଇ ମୁହାଁମୁହିଁ ହୋଇଛନ୍ତି କଂଗ୍ରେସ-ବିଜେପି । ରାଜ୍ୟର ନିଜସ୍ବ ବ୍ରାଣ୍ଡ ନନ୍ଦିନୀ ରହିଥିବା ବେଳେ ଅମୁଲର ପ୍ରବେଶ ସ୍ଥାନୀୟ ଚାଷୀଙ୍କୁ କ୍ଷତି ପହଞ୍ଚାଇବ ବୋଲି କଂଗ୍ରେସ କହିଛି ।

ରାଜ୍ୟରେ ୭୦ଲକ୍ଷରୁ ଊର୍ଦ୍ଧ୍ବ ଚାଷୀ ଉତ୍ପାଦିତ କ୍ଷୀର ନନ୍ଦିନୀକୁ ଦେଇଥାନ୍ତି । ଅମୁଲ ବ୍ରାଣ୍ଡ ଲଞ୍ଚ ହେବା ଦ୍ବାରା ଚାଷୀଙ୍କୁ ବ୍ୟାପକ ପ୍ରଭାବିତ କରିବ ବୋଲି କର୍ଣ୍ଣାଟକ କଂଗ୍ରେସ ସଭାପତି ଡି କେ ଶିବକୁମାର କହିଛନ୍ତି ।

ଆଜି ହାସନସ୍ଥିତ ନନ୍ଦିନୀ ମିଲ୍କ ପାର୍ଲରରେ ପହଞ୍ଚିବା ସହ ସ୍ଥାନୀୟ ଚାଷୀଙ୍କ ସ୍ବାର୍ଥକୁ ନେଇ ଗଣମାଧ୍ୟମରେ ବୟାନ ରଖିଛନ୍ତି । ସେପଟେ କର୍ଣ୍ଣାଟକ ରକସା ବେଦିକ ପକ୍ଷରୁ ଆଜି ବେଙ୍ଗାଲୁରୁରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବିକ୍ଷୋଭ ବେଳେ କେତେଜଣ ଆନ୍ଦୋଳନକାରୀଙ୍କୁ ପୋଲିସ ଉଠାଇ ନେଇଛି ।