ଜନସଂଖ୍ୟାରେ ଚୀନକୁ ଟପିବ ଭାରତ

ନୂଆଦିଲ୍ଲୀ: ବିଶ୍ୱର ସବୁଠୁ ଅଧିକା ଜନସଂଖ୍ୟା ବିଶିଷ୍ଟ ଦେଶ ହେଉଛି ଚୀନ୍ । କିନ୍ତୁ ଏବେ ଚୀନର ଜନସଂଖ୍ୟା ଧୀରେ ଧୀରେ କମୁଛି । ପୂର୍ବ ବର୍ଷ ଉପରେ ନଜର ପକାଇଲେ ପ୍ରଥମ ଥର ପାଇଁ ଚାଇନାର ଜନସଂଖ୍ୟାରେ ଏକ ବିରାଟ ହ୍ରାସ ଦେଖିବାକୁ ମିଳିଛି।
ଏଭଳି ପରିସ୍ଥିତିରେ ଚଳିତ ବର୍ଷ ଭାରତ ଚୀନକୁ ପଛରେ ପକାଇ ବିଶ୍ୱର ସବୁଠାରୁ ଜନବହୁଳ ଦେଶ ହେବ। ଏପ୍ରିଲ୍ ୨୦୨୩ ମାସରେ ଭାରତର ଜନସଂଖ୍ୟା ୧୪୩ କୋଟିରେ ପହଞ୍ଚିବ। ଏହା ହେଲେ ଚାଇନା ଜନସଂଖ୍ୟା ଭାରତଠୁ ପଛରେ ରହିବ।
ଗତ ବର୍ଷ ସାରା ବିଶ୍ୱରେ ୧୩ କୋଟି ପିଲା ଜନ୍ମ ହୋଇଥିଲେ, ଯେଉଁଥିରୁ କେବଳ ୨.୫୦ କୋଟି ପିଲା କେବଳ ଭାରତରେ ଜନ୍ମ ହୋଇଥିଲେ | ଚାଇନାରେ ଏହି ସଂଖ୍ୟା କେବଳ ‘ଲକ୍ଷ’ରେ ରହିଲା ।
ଚୀନ ବର୍ତ୍ତମାନ ଜନସଂଖ୍ୟା ସଙ୍କଟର ସମ୍ମୁଖୀନ ହୋଇଛି। ଚାଇନାରେ ୨୦୨୨ ମସିହାରେ ୯.୫୬ ନିୟୁତ ଲୋକ ଜନ୍ମ ହୋଇଥିବାବେଳେ ମୃତ୍ୟୁସଂଖ୍ୟା ୧୦.୪୧ ମିଲିୟନ ରେକର୍ଡ କରାଯାଇଛି।
ଚଳିତ ବର୍ଷ ଚାଇନାରେ କୋଭିଡ କାରଣରୁ ମୃତ୍ୟୁ ହେବାର ସମ୍ଭାବନା ରହିଛି, କାରଣ କରୋନାର ନୂଆ ଭାରିଆଣ୍ଟ ସାରା ଦେଶରେ ବ୍ୟାପିଛି। ଏହି ବିସ୍ଫୋରଣ ଚଳିତ ବର୍ଷ କୋଭିଡ ମୃତ୍ୟୁ ସଂଖ୍ୟାକୁ ଆହୁରି ବଢ଼ାଇପାରେ।