ଜିରୋ କୋଭିଡ ପଲିସିକୁ ବିରୋଧ, କୋହଳ ହେଲା କଟକଣା

1 min read

ବେଜିଂ: ଜିରୋ କୋଭିଡ ପଲିସିକୁ ନେଇ ଦେଶବ୍ୟାପୀ ସଂଗ୍ରାମ ପରେ କୋହଳ ହେଲା କଟକଣା। ତୀବ୍ର ବିରୋଧ ପରେ ନରମିଲେ ଚୀନର ଏକଛତ୍ରବାଦୀ ଶାସକ । କରୋନା କଟକଣାରେ କୋହଳ କରାଯାଇଛି । ସପିଂ ମଲ୍, ସୁପର ମାର୍କେଟ, କମରସିଆଲ ବିଲ୍ଡିଂକୁ ଯିବା ପାଇଁ ଏଣିକି RTPCR ନେଗେଟିଭ ରିପୋର୍ଟର ଆବଶ୍ୟକ ପଡ଼ିବ ନାହିଁ । ଏହାସହ ଲକଡାଉନ ନିୟମରେ ମଧ୍ୟ କୋହଳ କରାଯାଇଛି । ନୂଆ ବର୍ଷରେ ସହରରେ ବୁଲାବୁଲି ପାଇଁ ମଧ୍ୟ କଟକଣା ରହିବ ନାହିଁ ।

ଦୁଇ ବର୍ଷ ଧରି କଟା କଟକଣା ଯୋଗୁ ପୁରା ଦେଶରେ ଗୃହ ଯୁଦ୍ଧ ଭଳି ସ୍ଥିତି ଉପୁଜିଥିଲା । ଲକଡାଉନ ଓ କରୋନା କଟକଣା ହଟାଇବାକୁ ଦାବି କରି ହଜାର ହଜାର ଲୋକ ସଡ଼କ ଉପରେ ସଂଗ୍ରାମ କରିଥିଲେ । କୋଭିଡ ପ୍ରୋଟୋକଲ ନାଁରେ ଚୀନରେ ମାନବାଧିକାର ଉଲ୍ଲଂଘନ କରାଯାଉଥିବା ଭଳି ରିପୋର୍ଟ ମଧ୍ୟ ବିଦେଶୀ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଆଣ୍ଟି ହ୍ୟୁମାନ କୋଭିଡ ପଲିସିକୁ ନେଇ ଜୋରଦାର ବିରୋଧ ପରେ ମୁଣ୍ଡ ନୁଆଁଇଛନ୍ତି ଚୀନ୍ ସରକାର ।