spot_img

Latest Posts

ସୀମାରେ ପୁଣି ବିପୁଳ ସୈନ୍ୟ ମୁତୟନ କରୁଛି ଚୀନ୍‌, ପୁଣି ସୃଷ୍ଟି ହୋଇପାରେ ଉତ୍ତେଜନା

ନୂଆଦିଲ୍ଲୀ: ପୁଣି ସୃଷ୍ଟି ହୋଇପାରେ ଭାରତ ଓ ଚୀନ ମଧ୍ୟରେ ଉତ୍ତେଜନା। ସୀମାରେ ବିପୁଳ ସୈନ୍ୟ ମୁତୟନକୁ ନେଇ ଚୀନ ଉପରେ କ୍ଷୁବ୍ଧ ଭାରତ। ଦ୍ୱିପାକ୍ଷିକ ରାଜିନାମାର ଏହା ଉଲ୍ଲଂଘନ ବୋଲି କହିଛି ଭାରତ। ଗତବର୍ଷ ପୂର୍ବ ଲଦାଖସ୍ଥିତ ପ୍ରକୃତ ନିୟନ୍ତ୍ରଣ ରେଖା ବା ଏଲଏସିରେ ଘଟିଥିବା ସଂଘର୍ଷ ପରେ ଦୁଇ ଦେଶ ମଧ୍ୟରେ ଏକ ରାଜିନାମା ହୋଇଥିଲା। ମାତ୍ର ବର୍ତ୍ତମାନ ସୀମାରେ ସୈନ୍ୟ ମୁତୟନକୁ କେନ୍ଦ୍ର କରି ଭାରତ କ୍ଷୁବ୍ଧ ହୋଇଛି। ଭାରତର ପ୍ରତିବାଦ ପରେ ଚୀନ କହିଛି ଏହି ସୈନ୍ୟ ମୁତୟନ ଏକ ନିୟମିତ ପ୍ରକ୍ରିୟା ଏବଂ ଜବରଦଖଲ ଓ ଅନ୍ୟାନ୍ୟ ବିପଦର ମୁକାବିଲା ଲାଗି ଉଦ୍ଦିଷ୍ଟ। ଚୀନର ଏହି ତଥାକଥିତ ଯୁକ୍ତି ପରେ ପୁଣି ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଦେଖାଦେବାର ଆଶଙ୍କା କରାଯାଉଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚୀ କହିଛନ୍ତି, ଗତବର୍ଷ ସୀମାରେ ଚୀନ ପକ୍ଷରୁ ସୁଚିନ୍ତିତ ଭାବେ ଆକ୍ରମଣ କରାଯାଇଥିଲା। ବର୍ତ୍ତମାନ ବି ସୀମାରେ ସେହି ଢଙ୍ଗରେ ସୈନ୍ୟ ମୁତୟନ ଯୋଗୁ ଶାନ୍ତି ଓ ସ୍ଥିରତା ବାଧାପ୍ରାପ୍ତ ହୋଇପାରେ। ଚୀନର ଏହି ପଦକ୍ଷେପ ଦ୍ୱିପାକ୍ଷିକ ରାଜିନାମାକୁ ଉଲ୍ଲଂଘନ କରୁଛି ବୋଲି ସେ କହିଛନ୍ତି। ପୂର୍ବରୁ ବି ୧୯୯୩ ଓ ୧୯୯୬ରେ ହୋଇଥିବା ବିଭିନ୍ନ ରାଜିନାମାକୁ ଚୀନ ଜାଣିଶୁଣି ଉଲ୍ଲଂଘନ କରିଛି।

Latest Posts

Don't Miss