ପୁଣି ଛିଡ଼ା ହେବ ଏୟାର ଇଣ୍ଡିଆ, କର୍ମଚାରୀ ହେବେ ମାଲିକ !

1 min read

ନୂଆଦିଲ୍ଲୀ: ସରକାରୀ ଏୟାର ଲାଇନ୍ସ କମ୍ପାନୀ ଏୟାର ଇଣ୍ଡିଆ ୬୯ ହଜାର କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଋଣରେ ବୁଡ଼ି ରହିଛି । ସରକାର ଏହାକୁ ଚଳାଇବା କାଠିକର ପାଠ । ତେଣୁ ଅନେକ ଦିନ ହେବ ସରକାର ଏହାକୁ ବିକ୍ରି କରିବା ପାଇଁ ଯୋଜନା କରୁଛନ୍ତି । ପ୍ରଥମେ ଶୁଣିବାକୁ ମିଳୁଥିଲା ଯେ, ଟାଟା-ଆଦାନୀ-ଅମ୍ବୁଜା ଭଳି ବଡ଼ ବଡ଼ କମ୍ପାନୀମାନେ ଏହାକୁ କିଣିବା ପାଇଁ ଆଗ୍ରହୀ ଅଛନ୍ତି । କିନ୍ତୁ ଏନେଇ କମ୍ପାନୀ ପକ୍ଷରୁ ଔପଚାରିକ ଭାବେ କିଛି କୁହାଯାଇନାହିଁ ।

ଏବେ କିନ୍ତୁ ସାମ୍ନାକୁ ଆସିଛି ଏକ ବଡ଼ ଖବର । ଖୋଦ୍‌ ଏୟାର ଇଣ୍ଡିଆ କମ୍ପାନୀର କର୍ମଚାରୀମାନେ ଏହାକୁ କିଣିବାକୁ ଯାଉଛନ୍ତି । ଯେଉଁ କମ୍ପାନୀରେ କାମ କରୁଥିଲେ ସେହି କମ୍ପାନୀକୁ ବୁଡ଼ିବାରୁ ରକ୍ଷା କରିବାକୁ ଯାଉଛନ୍ତି ଖୋଦ୍‌ କର୍ମଚାରୀ । ଯଦି ସେମାନଙ୍କ ଯୋଜନା ଅନୁସାରେ ସବୁକିଛି ଠିକ୍‌ ଚାଲିଲା ତେବେ କର୍ପୋରେଟ୍‌ ଇତିହାସରେ ଏହା ପ୍ରଥମ ଘଟଣା ହେବ । ଯାହା କି କୌଣସି ସରକାରୀ କମ୍ପାନୀକୁ ତାର କର୍ମଚାରୀମାରନେ କିଣିଲେ ।

କମ୍ପାନୀର ୨୦୯ ଜଣ ବରିଷ୍ଟ କର୍ମଚାରୀ ଆମେରିକାର ଏକ ବେସରକାରୀ ଇକ୍ୱିଟି ଫାର୍ମ ଇଣ୍ଟରଅପ୍ସ ସହଭାଗିତାରେ ଏୟାର ଇଣ୍ଡିଆର ୫୦% ଅଂଶଧନ କିଣିବାକୁ ଟେଣ୍ଡର ପକାଇଛନ୍ତି । ଇଣ୍ଟରପ୍ସର ଚେୟାରମ୍ୟାନ୍ ଲକ୍ଷ୍ମୀ ପ୍ରସାଦ ଏନେଇ ସୂଚନା ଦେଇଛନ୍ତି ।

କିଛି ଗୋଷ୍ଠି ଏହାକୁ ବିରୋଧ କରିଛନ୍ତି

୨୦୯ ଜଣିଆ ଏହି ବରିଷ୍ଠ କର୍ମଚାରୀ ଗୋଷ୍ଠୀର ପ୍ରତ୍ୟେକ ସଦସ୍ୟ ସେୟାର ପାଇଁ ଏକ ଲକ୍ଷ ଟଙ୍କା ପ୍ରଦାନ କରିବେ । ହେଲେ ପାଇଲଟ୍‌ ଏବଂ କ୍ୟାବିନ କ୍ରୁକୁ ପ୍ରତିନିଧିତ୍ୱ କରୁଥିବା ସଂଗଠନ ନିଜ ସଦସ୍ୟମାନଙ୍କୁ ବିଡ୍‌ରେ ଅଂଶଗ୍ରହଣ ନକରିବାକୁ ପରାମର୍ଶ ଦେଇଛନ୍ତି । ଖାଲି ସେତିକି ନୁହେଁ ଅନ୍ୟ କର୍ମଚାରୀଙ୍କୁ ମଧ୍ୟ ସେମାନେ ଏଭଳି ବିଡିଂରେ ସାମିଲ ନହେବାକୁ ପରମର୍ଶ ଦେଇଛନ୍ତି ।

ଏୟାର ଇଣ୍ଡିଆର ବାଣିଜ୍ୟ ନିର୍ଦ୍ଦେଶକ ମୀନାକ୍ଷୀ ମଲିକଙ୍କ ନେତୃତ୍ୱରେ ବିଡିଂ ପ୍ରକ୍ରିୟା ଚାଲିଛି । ତାଙ୍କ କହିବାନୁସାରେ, ପୁରୁଣା କର୍ମଚାରୀମାନେ ଏହି ଅଭିଯାନକୁ ସମ୍ପୂର୍ଣ୍ଣ ସମର୍ଥନ କରିବେ । ଏହି ଅଭିଯାନରେ ସାମିଲ ୨୦୯ କର୍ମଚାରୀ ପ୍ରତ୍ୟେକ ୧ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରୁଛନ୍ତି । ତେବେ ଏୟାର ଇଣ୍ଡିଆରେ ମୋଟ ୧୪ ହଜାର କର୍ମଚାରୀ ରହିଛନ୍ତି ।

ଏୟାର ଇଣ୍ଡିଆ ପାଇଁ ଟେଣ୍ଡର ଦାଖଲ କରିବାର ଶେଷ ତାରିଖ ୧୪ ଡିସେମ୍ବର ନିର୍ଦ୍ଧାରିତ କରାଯାଇଛି । ଏହି ଏହାର କୌଣସି ସମୟ ସୀମା ବୃଦ୍ଧି କରାଯିବାର ଯେଜାନା ନାହିଁ । ହେଲେ ଏୟାର ଇଣ୍ଡିଆକୁ କିଣିବା ପାଇଁ ଟେଣ୍ଡର ପକାଇଥିବା ବ୍ୟକ୍ତିଙ୍କୁ ଇଣ୍ଟିମେସନ୍‌ ପଠାଇବାର ସମୟ ସୀମା ୫ ଜାନୁଆରୀକୁ ବୃଦ୍ଧି କରାଯାଇଛି । ଯାହା ପୂର୍ବରୁ ୨୯ ଡିସେମ୍ବର ପର୍ଯ୍ୟନ୍ତ ରହିଥିଲା ।

Leave a Reply