ନୂଆଦିଲ୍ଲୀ: ହାଇପ୍ରୋଫାଇଲ ମୁମ୍ବାଇ ଡ୍ରଗ୍ସ ମାମଲାରେ ଆର୍ଯ୍ୟନ ଖାନ୍ଙ୍କର ଆଜି ଜାମିନ ଆବେଦନର ଶୁଣାଣି। ଗତକାଲି ସେସନସ କୋର୍ଟରେ ଦୀର୍ଘ ସମୟ ଶୁଣାଣି ପରେ ବି ଆସିପାରି ନଥିଲା ରାୟ। ଆନ୍ତର୍ଜାତିକ ଡ୍ରଗ୍ସ ରାକେଟ ସହ ଆର୍ଯ୍ୟନଙ୍କ ସମ୍ପର୍କ ଥିଲା ଏବଂ ଅରବାଜଙ୍କ ଠାରୁ ଆର୍ଯ୍ୟନ ମାଦକ ଦ୍ରବ୍ୟ ସଂଗ୍ରହ କରିଥିଲେ ବୋଲି କହିଥିଲା ଏନସିବି। ତେବେ ଆର୍ଯ୍ୟନଙ୍କଠାରୁ କୌଣସି ଡ୍ରଗ୍ସ ଜବତ ହୋଇନାହିଁ ଓ ସେ ନିର୍ଦ୍ଦୋଷ ବୋଲି ଯୁକ୍ତି ଦର୍ଶାଇଥିଲେ ତାଙ୍କ ଓକିଲ। ବନ୍ଧୁ ଅରବାଜ ମର୍ଚ୍ଚାଣ୍ଟଙ୍କଠାରୁ ଆର୍ଯ୍ୟନ ନିଶାଦ୍ରବ୍ୟ ସଂଗ୍ରହ କରିଥିଲେ ବୋଲି ଦର୍ଶାଇଥିଲା ଏନସିବି। ସେପଟେ ଆର୍ଯ୍ୟନଙ୍କଠାରୁ କୌଣସି ଡ୍ରଗ୍ସ ଜବତ ହୋଇନାହିଁ ବୋଲି ଯୁକ୍ତି ଦର୍ଶାଇଥିଲେ ଓକିଲ। ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ୨୦ ଜଣଙ୍କୁ ଗିରଫ କଲାଣି ଏନସିବି। ଆର୍ଯ୍ୟନ ଖାନ୍ ଏବେ ଆର୍ଥର ରୋଡ ଜେଲ୍ରେ ଅଛନ୍ତି। ତାଙ୍କର ବାରମ୍ବାର ଜାମିନ ଖାରଜ ହେବା ପରେ ଏବେ ଓକିଲ ବଦଳାଇଛନ୍ତି ଶାହରୁଖ ଖାନ୍।

