ଆଜି ମୁକୁଳିବେନି ଆର୍ୟନ, ଜେଲରେ ପହଞ୍ଚିନି ବେଲ୍ ଅର୍ଡର

1 min read
Aryan Khan will not be released from the jail today

ମୁମ୍ବାଇ: ଜେଲରେ କଟିବ ଆଜି ରାତି । ତମାମ୍ ଚେଷ୍ଟା ସତ୍ତ୍ୱେ ଆଜି ‘ମନ୍ନତ’କୁ ଫେରି ପାରିବେନି ଆର୍ୟନ ଖାନ । କିଙ୍ଗ ଖାନ ଶାହରୁଖଙ୍କ ସହ ଫ୍ୟାନ୍ସ ଆର୍ୟନଙ୍କୁ ଅପେକ୍ଷା କରି ରହିଥିଲେ । ସେ କେତେବେଳେ ଜେଲରୁ ବାହାରିବେ । କିନ୍ତୁ ବେଲ୍ ଅର୍ଡର କପି ଏନଡିପିଏସ୍ କୋର୍ଟରୁ ଆର୍ଥର ରୋଡ୍ ଜେଲ୍ ସନ୍ଧ୍ୟା ୫ଟା ୩୦ ସୁଦ୍ଧା ପହଞ୍ଚି ପାରିନି । ଏଥିପାଇଁ ଜାମିନ୍ ମିଳିବା ପରେ ମଧ୍ୟ ଆର୍ୟନ ଆଜି ରାତି ଜେଲରେ କାଟିବେ ।

ଏଥିସହ ପଢ଼ନ୍ତୁ: କୋର୍ଟରୁ ଆସିଲା ବେଲ୍ ଅର୍ଡର, କୌଣସି ମୁହୂର୍ତ୍ତରେ ଜେଲରୁ ବାହାରି ପାରନ୍ତି ଆର୍ୟନ ଖାନ

୧ ଲକ୍ଷ ଟଙ୍କା ଓ ବ୍ୟକ୍ତିଗତ ମୁଚାଲିକାରେ ଆର୍ୟନଙ୍କୁ ଜାମିନ୍ ମିଳିଛି । ଗତକାଲି ବମ୍ବେ ହାଇକୋର୍ଟ ଜାମିନ୍ ପ୍ରଦାନ କରିଥିବା ବେଳେ ଆଜି ଆସିଥିଲା ବେଲ୍ ଅର୍ଡର । ବେଲ୍ ପାଇଥିବା ଆର୍ୟନଙ୍କୁ କୋର୍ଟଙ୍କ ଅନେକ ଗୁଡ଼ିଏ ସର୍ତ୍ତ ମାନିବାକୁ ପଡ଼ିବ । ଜାମିନ୍ ନିର୍ଦ୍ଦେଶନାମାରେ କୁହାଯାଇଛି, ଆଗକୁ ଆର୍ୟନ ସମାନ କାର୍ଯ୍ୟକଳାପରେ ସମ୍ପୃକ୍ତ ରହିବେ ନାହିଁ । ଏପରିକି ସହ ଅଭିଯୁକ୍ତଙ୍କ ସହ ସମ୍ପର୍କରେ ରହିବାକୁ ବାରଣ କରାଯାଇଛି ।

ସ୍ୱତନ୍ତ୍ର କୋର୍ଟରେ ତତକ୍ଷଣାତ୍ ପାସପୋର୍ଟ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଜାରି ନିର୍ଦ୍ଦେଶନାମା ମୁତାବକ ପ୍ରତି ଶୁକ୍ରବାର ଆର୍ୟନ ଖାନ ଏନସିବି କାର୍ଯ୍ୟାଳୟରେ ହାଜିରା ଦେବେ । ଏଥିପାଇ କୋର୍ଟ ସମୟ ମଧ୍ୟ ନିର୍ଘଣ୍ଟ କରିଛନ୍ତି । ପ୍ରତି ଶୁକ୍ରବାର ଦିନ ୧୧ଟାରୁ ମଧ୍ୟାହ୍ନ ୨ଟା ମଧ୍ୟରେ ଆର୍ୟନ ଖାନ ଏନସିବି କାର୍ଯ୍ୟାଳୟରେ ଉପସ୍ଥିତ ରହିବେ । ଏନଡିପିଏସ୍ କୋର୍ଟଙ୍କ ବିନା ଅନୁମତିରେ ଆର୍ୟନ ଦେଶ ନ ଛାଡ଼ିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

୨ ଦିନ ଧରି ଲଗାତାର ଜାମିନ ଆବେଦନର ଶୁଣାଣି ବେଳେ ଆର୍ୟନଙ୍କ ଓକିଲ ବହୁ ଯୁକ୍ତି ରଖିଥିଲେ । ଗୁରୁବାର ଆର୍ୟନଙ୍କ ଓକିଲଙ୍କ ଯୁକ୍ତି ଆଗରେ କାଟ୍ ଖାଇଥିଲା ଏନସିବିର ଦାବି । ଆର୍ୟନଙ୍କ ସହ ଅରବାଜ ମର୍ଚ୍ଚାଣ୍ଟ ଓ ମୁନମୁନଙ୍କୁ ବମ୍ବେ ହାଇକୋର୍ଟ ଜାମିନ୍ ପ୍ରଦାନ କରିଥିଲେ । ଏନସିବି ଅକ୍ଟୋବର ୩ରେ କ୍ରୁଜରୁ ଆର୍ୟନ୍ ଖାନଙ୍କୁ ଗିରଫ କରିଥିଲା ।

Leave a Reply