ଜେଲରେ ଆଳତୀ କରୁଛନ୍ତି ଆର୍ୟନ,ଏବେ ଜାମିନ୍ ପାଇଁ ଭଗବାନ ଭରସା

ମୁମ୍ବାଇ: ମୁମ୍ବାଇ ଡ୍ରଗ୍ସ ମାମଲାରେ ୧୯ ଦିନ ଧରି ଆର୍ଥର ଜେଲରେ ରହୁଛନ୍ତି କିଙ୍ଗ ଖାନଙ୍କ ପୁଅ ଆର୍ୟନ ଖାନ୍ । ସେ ଜେଲରେ ରହିବା ପରଠାରୁ ନଖାଇ ନପିଇ ଏକାକୀ ବସୁଥିବା ଖବର ମିଳୁଥିଲା । ହେଲେ ଏବେ ଦିନଚର୍ଯ୍ୟାରେ କିଛି କିଛି ପରିବର୍ତ୍ତନ ହେଉଥିବା ସୂଚନା ମିଳିଛି ।

ଜେଲ୍ କର୍ତ୍ତୃପକ୍ଷଙ୍କ ସୂଚନାନୁସାରେ ଆର୍ୟନ ଏବେ ଜେଲରେ ଥିବା ମନ୍ଦିରରେ ପ୍ରତିଦିନ ସନ୍ଧ୍ୟା ୭ଟା ଆଳତୀରେ ସାମିଲ ହେଉଛନ୍ତି । ଖାଲି ଏତିକି ନୁହେଁ ଆଳତୀ ସମାପ୍ତ ହେବା ଯାଏଁ ସେଠାରେ ରହୁଛନ୍ତି ମଧ୍ୟ।

 

ପୁଅକୁ ଭେଟ କରିବା ପାଇଁ ଗତ ଗୁରୁବାର ଦିନ କିଙ୍ଗ ଖାନ୍ ଶାହରୁଖ ଆର୍ଥର ଜେଲ୍ ଯାଇଥିଲେ । ସେଠାରେ ସେ ପ୍ରାୟ ୧୮ମିନିଟ୍ ରହିବା ସହିତ ଇଣ୍ଟରକମରେ ଆର୍ୟନଙ୍କ ସହ ୧୦ମି. କଥାବାର୍ତ୍ତା ହୋଇଥିଲେ । ସାକ୍ଷାତ କରିବା ପରେ ଭିଜିଟର୍ ରୁମରେ କାନ୍ଦିବାକୁ ଲାଗିଥିଲେ ଆର୍ୟନ । ଆଉ ଜଣେ କଏଦୀ ତାଙ୍କୁ ସାନ୍ତ୍ୱନା ଦେଇଥିଲା ବେଳେ କେହି କେହି ବିଲ୍ ମିଳିଯିବ ବୋଲି ଆଶ୍ୱସନା ଦେଇଥିଲେ । ଯାହାପରେ ତାଙ୍କୁ ବାରାକ କୁ ନିଆଯାଇଥିଲା ।

ଆର୍ୟନ ବାରାକ୍ କୁ ଯିବା ପରେ ଗୋଟିଏ କୋଣରେ ଚୁପଚାପ୍ ବସିଥିଲେ । ଆଉ କଏଦୀ ମାନେ ପଚାରି ଥିବା କିଛି ପ୍ରଶ୍ନ ଉତ୍ତର ମୁଣ୍ଡ ହଲାଇ ଦେଇଥିଲା । ଏପରିକି ବାପାଙ୍କୁ ସାକ୍ଷାତ କରି ଯିବାପରେ ସେ କିଛି ଖାଇନଥିବା ସୁତ୍ରରୁ ପ୍ରକାଶ ।

 

 

 

Leave a Reply