spot_img

Latest Posts

ମୁହଁ ଖୋଲିଲେ ସ୍ବରା,କହିଲେ”ଏଇଠି ଚାଷୀଙ୍କୁ ହତ୍ୟା କରିବା ଗ୍ରହଣୀୟ,କିନ୍ତୁ ଡ୍ରଗ୍ସ ଟାଣିବା ଜଘନ୍ୟ ଅପରାଧ ”

ମୁମ୍ବାଇ: ବର୍ତ୍ତମାନ ଦେଶରେ ଦୁଇଟି ଚର୍ଚ୍ଚିତ ଖବର । ଯାହା ଉପରୁ ହଟୁନି କାହାରି ନଜର। ଗୋଟିଏ ପଟେ ଜଣେ ସୁପରଷ୍ଟାରଙ୍କର ପୁଅର ଡ୍ରଗ୍ସଲିଙ୍କ ତ ଅନ୍ୟପଟେ ଚାଷୀଙ୍କ ଉପରକୁ ଗାଡି ଚଢାଇଥିବା କେନ୍ଦ୍ରମନ୍ତ୍ରୀଙ୍କ ହତ୍ୟାକାରୀ ପୁଅ । ନେତା ଓ ଅଭିନେତା ଏମିତିରେ ବି ଲାଇମ ଲାଇଟରେ ରୁହନ୍ତି,କିନ୍ତୁ ଏଥର ଅପରାଧ କ୍ଷେତ୍ରରେ ଲାଇମ ଲାଇଟରେ ରହି ଚର୍ଚ୍ଚିତ ଏହି ଦୁଇଟି ଘଟଣା  । ବର୍ତ୍ତମାନ ଏହି ଦୁଇଟିଯାକ ଖବର ସାରାଦେଶରେ ହଇଚଇ ସୃଷ୍ଟିକରିଛି । କିନ୍ତୁ କେଉଁଠି ନା କେଉଁଠି ଦୁଇଟି ଚର୍ଚ୍ଚିତ ଘଟଣା ଭିତରେ ଚାଲିଛି ପାତରଅନ୍ତର  । ଅର୍ଥାତ ଦୁଇଟିଯାକ ଖବର ଭିତରୁ କେଉଁ ଘଟଣା ଅଧିକ ଗୁରୁତ୍ବପୂର୍ଣ୍ଣ ଓ କେଉଁଟା ନୁହେଁ ତାହା ଉପରେ ଏବେ ସାଧାରଣରେ ଚାଲିଛି ଯୁକ୍ତି । ୟୁପିରେ ଚାଷୀଙ୍କ ପ୍ରତି ହୋଇଥିବା ଅମାନୁଷିକ କାଣ୍ଡ ଆଗରେ କ’ଣ ଜଣେ ସୁପରଷ୍ଟାରଙ୍କ ପୁଅର ଡ୍ରଗ୍ସଲିଙ୍ଗ ଘଟଣା ଭାରୀ ପଡିବା ଉଚିତ୍ । ଏଥିପାଇଁ ବଲିଉଡରେ ବି ଚର୍ଚ୍ଚାର ମାହୋଲ । ଏହାରି ଭିତରେ ଶାହରୁଖଙ୍କ ପୁଅଙ୍କ ପାଇଁ ମିଳୁଛି ଅନେକ ସପୋର୍ଟ । ଆର୍ଯ୍ୟନ୍ ଙ୍କ ଡ୍ରଗ୍ସ ଲିଙ୍କକୁ ଅଯଥା ଖବର ବନାଇ ପରିବେଷଣ କରାଯାଉଛି ବୋଲି ହେଉଛି ଚର୍ଚ୍ଚା। ଏନେଇ ଟୁଇଟରରେ ବି ଯୁକ୍ତି ଆରମ୍ଭ ହୋଇଗଲାଣି। ଅଭିନେତ୍ରୀ ସ୍ବରା ଭାସ୍କରଙ୍କ ଠାରୁ ସନୁସୁଦ ପର୍ଯ୍ୟନ୍ତ ସମସ୍ତଙ୍କର  ଆର୍ଯ୍ୟନଙ୍କୁ ମିଳୁଛି ଭାରୀ ସପୋର୍ଟ ।

ସ୍ୱରା ଟ୍ୱିଟ୍ କରି କହିଛନ୍ତି: ” ମନ୍ତ୍ରୀଙ୍କ ପୁଅ ଯିଏ ଖୁବ ଚାଲାକିର ସହ ଚାରି ଜଣ ଚାଷୀଙ୍କୁ ହତ୍ୟା କରିଛି ,କିନ୍ତୁ (ଭିଡିଓରେ ପ୍ରମାଣ ଅଛି ) କିନ୍ତୁ ଅପରାଧୀ ଆରାମରେ ଘୁରିବୁଲୁଛି ,କିନ୍ତୁ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍ ଖାନ୍ ଜେଲରେ ଅଛନ୍ତି। ଏହାର ଅର୍ଥ ହେଉଛି ଯେ ଆମ ନୂଆ ଭାରତରେ ନିର୍ଦ୍ଦୟଭାବେ ହତ୍ୟା କରିବା ଗ୍ରହଣୀୟ କିନ୍ତୁ ସାମାନ୍ୟ ଧୁମ୍ରପାନ କରିବା ଏକ ଜଘନ୍ୟ ଅପରାଧ। ” ସ୍ୱରାଙ୍କ ଟ୍ୱିଟରେ ଲଖୀମପୁର ହିଂସା ଘଟଣାରେ ମନ୍ତ୍ରୀଙ୍କ ପୁଅକୁ ଫୁର୍ତ୍ତି ଦିଆଯାଉଥିବା ବ୍ୟବହାରକୁ ଦୃଢନିନ୍ଦା କରାଯାଇଛି। ସ୍ୱରା ବ୍ୟତୀତ ସୋନୁ ସୁଦ ମଧ୍ୟ ପରୋକ୍ଷ ଭାବରେ ଆର୍ଯ୍ୟନ୍ ଖାନଙ୍କ ଗିରଫଦାରୀ ମାମଲାକୁ ନେଇ ମୁହଁ ଖୋଲିଛନ୍ତି।

ସୋନୁ ସୁଦ ମଧ୍ୟ  ଟ୍ବିଟ୍ କରି କହିଛନ୍ତି, ଯେ ଆଇନ ଏହାର ଠିକ୍‌ କାମ କରିବ। କିନ୍ତୁ ଏହି ସମୟରେ ମାନବିକତା ଓ ଆତ୍ମା ଉପରୁ ଯେଉଁ ପରଦା ଉଠିଛି ତାହା ସବୁବେଳେ ତୁମ ଚରିତ୍ରରେ ପ୍ରମାଣପତ୍ର ହୋଇ ରହିବ। କାଲି ଆଉ ଏକ ନୂଆ ସକାଳ ହେବ, କେବଳ ଧୈର୍ଯ୍ୟକୁ ଧରି ରୁହ। ସୋନୁ ସୁଦ ତାଙ୍କ ଟ୍ବିଟରେ ଆର୍ଯ୍ୟନଙ୍କ ନାମ ନେଇ ନାହାନ୍ତି କିନ୍ତୁ ତାଙ୍କର ଏଭଳି ଟ୍ବିଟ୍‌ରୁ ଏ କଥା ସ୍ପଷ୍ଟ ବାରି ହେଉଛି। ସୂଚନା ଅନୁଯାୟୀ, ଗତ କିଛି ଦିନ ପୂର୍ବରୁ ସୋନୁ ସୁଦଙ୍କ ଉପରେ ଇନ୍‌କମ୍‌ ଟ୍ୟାକ୍ସ ଚୋରୀ ଅଭିଯୋଗ ଲାଗିଥିଲା। ସେ ମଧ୍ୟ ଆଇନର  ଫାସରେ ପଡିଥିଲେ।

Latest Posts

Don't Miss