ଜାମିନ ଆବେଦନ ଖାରଜ କଲେ ଏସପ୍ଲାନେଡ କୋର୍ଟ, ଜେଲରେ ରହିବେ ଆର୍ୟନ

ମୁମ୍ବାଇ: ଜେଲରେ ରହିବେ ଆର୍ୟନ ଖାନ। ଆଜି ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି ମୁମ୍ବାଇର ଏସପ୍ଲାନେଡ କୋର୍ଟ । ଆର୍ୟନଙ୍କ ସହ ଗିରଫ ହୋଇଥିବା ଅନ୍ୟ ଅଭିଯୁକ୍ତ ମଧ୍ୟ ଜେଲରେ ରହିବେ ବୋଲି ଜଣାପଡ଼ିଛି । ଆର୍ୟନ ବର୍ତ୍ତମାନ ମୁମ୍ବାଇର ଆର୍ଥର ରୋଡ ଜେଲରେ ଏନସିବି ହେପାଜତରେ ରହିବେ ।

ଉଲ୍ଲେଖଯୋଗ୍ୟ, ଆଜି ଜାମିନ ଆବେଦନ ଶୁଣାଣି ପ୍ରକ୍ରିୟାର ଅଂଶବିଶେଷ ଭାବେ ଆର୍ୟନ ଖାନ୍‌ ଏବଂ ଅନ୍ୟମାନଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ‘ଜେଜେ ହସ୍ପିଟାଲ୍‌’କୁ ନିଆଯାଇଥିଲା। ଜାମିନ ଆବେଦନ ଶୁଣାଣି ଶେଷ ହେବା ପର୍ଯ୍ୟନ୍ତ ଅପେକ୍ଷା ନ କରି ଡାକ୍ତରୀ ପରୀକ୍ଷା ପରେ ସେମାନଙ୍କୁ ଅର୍ଥର୍‌ ରୋଡ୍‌ ଜେଲ୍‌କୁ  ନେବା ପାଇଁ ‘ଏନ୍‌ସିବି’ ନିଷ୍ପତ୍ତି ନେଇଥିଲା । ଜାମିନ ଆବେଦନ ଶୁଣାଣି ଚାଲିଥିବା ବେଳେ ଅତିରିକ୍ତ ସଲିସଟର୍‌ ଜେନେରାଲ୍‌ ମାଜିଷ୍ଟ୍ରେଟ୍‌ କୋର୍ଟରେ ‘ମେଣ୍ଟେନାବିଲିଟି ଇସ୍ୟୁ’ ଉଠାଇଥିଲେ। ପ୍ରଥମେ ତାହା ସ୍ଥିର କରାଯିବା ପରେ ମାମଲାର ‘ମେରିଟ୍‌’ ଅଛି କି, ନାହିଁ ଦେଖାଯିବା ଉଚିତ ବୋଲି ସେ କହିଥିଲେ।

ତେବେ ଗୋଆ ଅଭିମୁଖେ ଯାତ୍ରାରତ ‘କ୍ରୁଜ୍‌ ପାର୍ଟି’କୁ ବର୍ଣ୍ଣାଢ୍ୟ କରିବା ଲାଗି ଆର୍ୟନ ଖାନ୍‌ଙ୍କୁ ଆମନ୍ତ୍ରଣ କରାଯାଇଥିଲା। ଡ୍ରଗ୍‌ ସହ ତାଙ୍କର କୌଣସି ସମ୍ପର୍କ ନ ଥିବା କଥା ଗୁରୁବାର ଦିନ ତାଙ୍କ ଓକିଲ ଅଦାଲତଙ୍କୁ କହିଥିଲେ। ଅନେକ ତର୍କ ବିତର୍କ ପରେ ବି ଆର୍ୟନଙ୍କ ଓକିଲ ତାଙ୍କୁ ଜାମିନ ଦେବାରେ ବିଫଳ ହୋଇଛନ୍ତି ।

Leave a Reply