୪ ଦିନ ହେଲା କେବଳ ବିସ୍କୁଟ୍ ଖାଉଛନ୍ତି ଶାହରୁଖଙ୍କ ପୁଅ

Mumbai Cruise Ship Drugs Case High Court Adjourns Aryan Khan's Bail Plea Till Tomorrow

ମୁମ୍ବାଇ: ମହଲ ଭଳି ଘରେ ରହୁଥିବା ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ୫ଦିନ ଧରି ଆର୍ଥର ରୋଡ ଜେଲରେ ରହୁଛନ୍ତି। ତାଙ୍କୁ ଅକ୍ଟୋବର ୮ ତାରିଖ ଦ୍ୱିପ୍ରହରରେ ଏଠାକୁ ଅଣାଯାଇଥିଲା । ହେଲେ ଜେଲକୁ ଆସିବା ପରଠାରୁ ଆର୍ଯ୍ୟନ୍ ଠିକ୍ ଭାବେ ଖିଆପିଆ କରୁନଥିବା ଖବର ସାମ୍ନାକୁ ଆସିଛି । ଏପରିକି ଗତ ୪ ଦିନ ହେବ ସେ (ପାର୍ଲେ ଜି) ବିସ୍କୁଟ ଖାଉଛନ୍ତି ।

ଜେଲ୍ ଅଧିକାରୀମାନେ ତାଙ୍କୁ ବାରମ୍ବାର ବୁଝାସୁଝା କରୁଥିଲେ ମଧ୍ୟ ଭୋଗ ଲାଗୁନି କହି ସେ କିଛି ଖାଉନଥିବା ଜଣାପଡିଛି ।  ଆଜି ସକାଳେ ଆମଡ ୱାର୍ଡ ର ବାବା (କନଷ୍ଟେବଳ) ଆର୍ଯ୍ୟନଙ୍କୁ କିଛି ପାର୍ଲେ ଜି ବିସ୍କୁଟ ଆଣିକି ଦେବାପରେ ଘଟଣା ଲୋକଲୋଚନକୁ ଜଣାପଡିଥିଲା । ଏହାବ୍ୟତୀତ ଆର୍ଯ୍ୟନଙ୍କ ପାଖରେ ମାତ୍ର ୩ ବୋତଲ ପାଣି ବଳକା ରହିଛି,  ସେ ଜେଲରେ ପ୍ରବେଶ ପୂର୍ବରୁ ଏକ ଡଜନ ବୋତଲ ପାଣି କିଣିଥିଲେ।

ମାତ୍ର ୨୫୦୦ ଟଙ୍କା ନେଇ ଜେଲ୍ ଭିତରକୁ ଯାଇପାରିବେ କଏଦୀ

ଜେଲ ମାନୁଆଲ ଅନୁଯାୟୀ ଜଣେ କଏଦୀ ନିଜ ସହିତ କେବ୨୫୦୦ ଟଙ୍କା ନେଇ ପାରିବେ। ଏହି ଟଙ୍କା ଜେଲର ଆକାଉଣ୍ଟରେ ଜମା ହେଉଥିବା ବେଳେ ପ୍ରତିବଦଳରେ କଏଦୀଙ୍କୁ ଏକ ମାସ କୁପନ୍ ଦିଆଯାଏ । ଏହି କୁପନଗୁଡିକୁ ବ୍ୟବହାର କରି ସେ ଜେଲ କ୍ୟାଣ୍ଟିନରୁ ଖାଦ୍ୟ ସାମଗ୍ରୀ, ସାବୁନ, ତେଲ ଏବଂ ଟୁଥପେଷ୍ଟ କିଣି ପାରିବେ । ଜେଲ କ୍ୟାଣ୍ଟିନରେ ବିସ୍କୁଟ ଏବଂ ଚିପ୍ସ ମଧ୍ୟ ଉପଲବ୍ଧ ହୋଇଥାଏ ।

୪ଦିନ ହେଲା ଗାଧୋଇ ନାହାଁନ୍ତି ଆର୍ଯ୍ୟନ

ଜେଲ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ତିନିରୁ ଚାରି ଦିନ ହେବ ଆର୍ଯ୍ୟନ ଶୗେଚାଳୟ ଯାଇନଥିବାରୁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହୋଇପାରେ ବୋଲି ଜେଲ କର୍ତ୍ତୃପକ୍ଷ ଚିନ୍ତିତ । ଆର୍ଯ୍ୟନଙ୍କ ସହ ଅରବାଜଙ୍କୁ ଗୋଟିଏ ସେଲରେ ରଖାଯାଇଛି । ଆର୍ଯ୍ୟନଙ୍କ ଘରୁ ଦୁଇଟି ଚାଦର ଓ କିଛି କପଡା ଆସିଥିବା ବେଳେ ଜେଲ୍ ତରଫରୁ ବିଛାଇବା ପାଇଁ କମ୍ବଳ ମିଳିଛି । ଏପରିକି ସେ ୪ଦିନ ହେବ ଗାଧୋଇନଥିବା ଜଣାପଡିଛି । ହେଲେ ନିୟମ ଅନୁସାରେ ପ୍ରତିଦିନ ତାଙ୍କୁ ସେଭିଂ କରାଇବାକୁ ପଡୁଛି ।

ଯେଉଁ ଜେଲରେ ସଞ୍ଜୟ ଦତ୍ତ ରହୁଥିଲେ, ଏବେ ସେଠାରେ ଆର୍ଯ୍ୟନ

ସୂଚନାନୁସାରେ, ତାଙ୍କୁ ବର୍ତ୍ତମାନ ଶିଶୁ ୱାର୍ଡ ତଳେ ଥିବା କୋଠରୀରେ କ୍ୱାରେଣ୍ଟାଇନ୍ କରି ରଖାଯାଇଛି। ତାଙ୍କ ସହିତ ସେଲରେ ଦୁଇଜଣ ବୃଦ୍ଧ, ଜଣେ ଭିନ୍ନକ୍ଷମଙ୍କ ସମେତ ତିନିଜଣ ବିଚାରଧୀନ କଏଦୀ ରହିଛନ୍ତି। ସଞ୍ଜୟ ଦତ୍ତ ମଧ୍ୟ ଏହି ସେଲରେ କିଛି ଦିନ ରହିଥିଲେ। ଆର୍ଯ୍ୟନଙ୍କ କ୍ୱାରେଣ୍ଟାଇନ୍ ଅବଧି ଶେଷ ହେବା ପରେ ତାଙ୍କୁ ସାଧାରଣ ୱାର୍ଡକୁ ପଠାଯିବ । ସେହି ୱାର୍ଡରେ ଏକାସାଙ୍ଗରେ ୫୦୦ ଜଣ ରହିବାର ବ୍ୟବସ୍ଥା ରହିଛି।

ଜାମିନ ଆବେଦନ ଖାରଜ ପରେ ସମସ୍ୟା ବଢିପାରେ
ଆର୍ଯ୍ୟନ୍ ରହୁଥିବା ୱାର୍ଡ ପାଖରେ ଏକ କ୍ୟାଣ୍ଟିନ ରହିଛି | ଯେଉଁଥିପାଇଁ ଜିନିଷ କିଣିବାରେ ତାଙ୍କୁ କୗେଣସି ଅସୁବିଧା ହେଉନାହିଁ । କିନ୍ତୁ ଯଦି ବୁଧବାର ଦିନ ତାଙ୍କ ଜାମିନ ଆବେଦନ ଖାରଜ ହୁଏ, ତେବେ ତାଙ୍କ ପାଇଁ ଅସୁବିଧା ବଢିପାରେ | ସେହିପରି ଆସନ୍ତା ମାସରେ ସେ ମନିଅର୍ଡର ଦ୍ୱାରା ଜେଲକୁ କେବଳ ଅଢେଇ ହଜାର ଟଙ୍କା ମଗାଇପାରିବେ ।

ଆର୍ଯ୍ୟନଙ୍କ ଉପରେ ୨୪ ଘଣ୍ଟିଆ ନଜର

୪ ଦିନ ହେବ ଆର୍ଯ୍ୟନଙ୍କୁ କେହି ଭେଟିବାକୁ ଆସିନଥିବା ବେଳେ ତାଙ୍କ ଉପରେ ୨୪ ଘଣ୍ଟିଆ ନଜର ରଖାଯାଉଛି ।

Leave a Reply