ଆର୍ଯନ ଡ୍ରଗ୍ସ ମାମଲା: ତିନି ଘଣ୍ଟା ଭିତରେ କୋର୍ଟରେ କ’ଣ ହେଲା ?

ମୁମ୍ବାଇ:  କ୍ରୁଜ୍‌ ଡ୍ରଗ୍ସ ମାମଲାରେ ଆର୍ଯନ ଖାନଙ୍କୁ ଜାମିନ ଦେଲାନାହିଁ କୋର୍ଟ । ଏବେ ଆର୍ଯନଙ୍କୁ ୧୯ ଅକ୍ଟୋବର ପର୍ଯ୍ୟନ୍ତ ଆର୍ଥର ରୋଡ୍‌ ଜେଲରେ ହିଁ ରହିବାକୁ ପଡ଼ିବ । ପ୍ରାୟ ୪ ଘଣ୍ଟାର ଯୁକ୍ତି ପରେ ଅଦାଲତ ନିଷ୍ପତ୍ତିକୁ ସୁରକ୍ଷିତ ରଖିଛନ୍ତି । ପରବର୍ତ୍ତୀ ଶୁଣାଣି ୨୦ ଅକ୍ଟୋବରରେ ହେବ ।  ଆର୍ଯନ ଖାନଙ୍କ ପକ୍ଷରୁ କୋର୍ଟରେ ଓକିଲ ଅମିତ ଦେଶାଇ, ସତୀଶ ମାନସିନ୍ଦେ ଯୁକ୍ତି ରଖିଥିବାବେଳେ ଏନସିବି ପକ୍ଷରୁଏଏସଜି ଅନିଲ ସିଂ,ସ୍ପେଶାଲ ପବ୍ଲିକ୍‌ ପ୍ରୋସିକ୍ୟୁଟର ଅଦୈତ ସେଠନା ଏବଂ ଏଏମ ଚିମାଲକର ଉପସ୍ଥିତ ଥିଲେ ।

କୋର୍ଟରେ କ’ଣ କହିଲେ ଆର୍ଯନଙ୍କ ଓକିଲ ?

ଆର୍ଯନଙ୍କ ଓକିଲ କହିଲେଯେ, ଆଜିର ଯୁବପୀଢିଙ୍କ ଭାଷା ଶୈଳୀ ବଦଳିଛି । ଆମ ଇଂରାଜୀ କହିବା ଏବଂ ସେମାନଙ୍କ ଇଂରାଜୀ କହିବା ଭିତରେ ଅନେକ ପ୍ରଭେଦ ରହିଛି । ସେମାନଙ୍କ କହିବାର ଶୈଳୀ ବା ଲେଖିବାର ଶବ୍ଦ ତଦନ୍ତ କରୁଥିବା ଏଜେନ୍ସିକୁ ସନ୍ଦେହଜନକ ଲାଗିପାରେ । ଓକିଲ ଅମିତ ଦେଶାଇ ପଚାରିଲେଯେ, କ’ଣ ଆପଣଙ୍କୁ ଲାଗୁଛିଯେ, ଆର୍ଯନ ଇଣ୍ଟରନ୍ୟାସନାଲ ଡ୍ରଗ୍ସ ଟ୍ରାଫିକିଂରେ ସାମିଲ ଥିବେ?  ଏଜେନ୍ସି କହିଲା ହଁ, ଏମଇଏ ସମ୍ପର୍କରେ ଅଛି । ଆର୍ଯନଙ୍କ ଓକିଲ କହିଲେ, ଏହି ଅଭିଯୋଗ ସମ୍ପୂର୍ଣ୍ଣ ଭାବରେ ମିଛ ଏବଂ ଭିତ୍ତିହୀନ । ଡ୍ରଗ୍ସ ରେଭ୍‌ ପାର୍ଟି ସହିତ ଜଡ଼ିତ କୌଣସି ତଥ୍ୟ ନାହିଁ । ଦୀର୍ଘଦିନ ଧରି ଆର୍ଯନ ବିଦେଶରେ ରହୁଥିଲେ । ବିଦେଶରେ କେତେକ ଜିନିଷ ରହିଛି ଯାହା ଅବୈଧ ନୁହେଁ ।  ଅପରାଧକୁ ନେଇ ଅନୁମାନ କରିବା କେବଳ ସେକ୍ସନ ୩୫ ଟ୍ରାଏଲରେ ଲାଗୁ ହୋଇପାରେ, ଜାମିନ ସମୟରେ ନୁହେଁ । ମୁଁ କାହାକୁ ଛାଡ଼ ପାଇଁ ନୁହେଁ ବରଂ ଜାମିନ ପାଇଁ କହୁଛି ।

ଦସ୍ତାବିଜ ଦେଇ ଏନସିବି କ’ଣ କହିଲା ?

ଏନସିବି କହିଲାଯେ, ଶକ୍ତ ପ୍ରମାଣକୁ ନଜରରେ ରଖି ଉଭୟଙ୍କୁ ଗିରଫ କରାଯାଇଛି ।  ଡ୍ରଗ୍ସର ବିଦେଶ ଲିଙ୍କ୍‌ କ’ଣ ରହିଛି ନିହାତି ତଦନ୍ତ ହେବ । ଏହା ପୂର୍ବରୁ ମଧ୍ୟ ଅଭିଯୁକ୍ତ ଡ୍ରଗ୍ସ ନେଉଥିଲେ । ଦୁଇଜଣଙ୍କ ହ୍ୱାଟ୍ସଆପ ଚାଟ ବାବଦରେ ତଦନ୍ତ ହେବା ଜରୁରୀ । ଯେଉଁ ଡ୍ରଗ୍ସ ଜବତ ହେଲା, ତାହା କେବଳ ଅରବାଜ ନେଇନଥାନ୍ତେ ।  ଶିପ୍‌ ସେଠାରୁ ବାହାରିବା ପରେ ପାର୍ଟି ଆରମ୍ଭ ହୋଇଥାନ୍ତା ଏବଂ ସମସ୍ତ ଅଭିଯୁକ୍ତ ଡ୍ରଗ୍ସ ନେଇଥାନ୍ତେ । ଏନସିବିର କହିବା ହେଉଛି ଶାହାରୁଖଙ୍କ ପୁଅର ଇଣ୍ଟରନ୍ୟାସନାଲ ଡ୍ରଗ୍ସ ପେଡଲରଙ୍କ ସହିତ ଯୋଗାଯୋଗ ରହିଛି । ଏହା ଏକ ବିରାଟ ଧରଣର ଷଡ଼ଯନ୍ତ୍ର । ଯାହାର ତଦନ୍ତ ହେବା ନିହାତି ଜରୁରୀ । ଆର୍ଯନ ଅରବାଜଙ୍କ ଠାରୁ ଡ୍ରଗ୍ସ ନେଉଥିଲେ । ତେବେ କେବଳ ସେତିକି ନୁହେଁ ଦୀର୍ଘ ସମୟ ଧରି ଉଭୟଙ୍କ ମଧ୍ୟରେ ଖୁବ୍‌ ଯୁକ୍ତିତର୍କ ହୋଇଛି ।

ଆର୍ଯନଙ୍କୁ ବେଲ୍‌ ନମିଳିବାରୁ ଶାହାରୁଖ ତାଙ୍କ ଓକିଲ ବଦଳାଇଛନ୍ତି । ସୂଚନାଯୋଗ୍ୟ ଆର୍ଯନଙ୍କୁ ଗିରଫ ପରେ ବଲିଉଡର ଏକାଧିକ ସେଲିବ୍ରିଟି ତାଙ୍କୁ ସମର୍ଥନ କରୁଥିବା ଦେଖିବାକୁ ମିଳିଛି । ଅନେକ ତାଙ୍କୁ ସୋସିଅଲ ମିଡିଆରେ ପୋଷ୍ଟ ଶେୟାର କରି ସମର୍ଥନ କରୁଛନ୍ତି ।

Leave a Reply