ବାଣ ନୁହେଁ, ଦୀପ ଜାଳନ୍ତୁ : ଅରବିନ୍ଦ କେଜ୍ରିଓ୍ବାଲ

1 min read

ନନ୍ଦିଘୋଷ ବ୍ୟୁରୋ : ରାତି ପାହିଲେ ଦୀପାବଳି । ଆଲୋକର ପର୍ବକୁ ପାଳନ କରିବା ପାଇଁ ସବୁଠି ଲାଗି ରହିଛି ଉତ୍ସାହ । ତେବେ ବାଣ ଫୁଟାଇ ଦୀପାବଳି ପାଳନ ନକରିବାକୁ ନିବେଦନ କରିଛନ୍ତି ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ଅଧିକ ରହିଥିବାବେଳେ ସେ କହିଛନ୍ତି କି, ବାଣ ବଦଳରେ ଦୀପ ଜଳାଇ ଦୀପାବଳି ପାଳନ କରନ୍ତୁ । ହିନ୍ଦୁ-ମୁସଲିମ ସମସ୍ତଙ୍କ ପାଇଁ ନିଶ୍ବାସ ନେବା ଦରକାର । ଆମେ ବାଣ ଫୁଟାଇ ବାୟୂ ପ୍ରଦୂଷଣ କଲେ ଆମ ପରବର୍ତ୍ତୀ ପିଢ଼ି ଏହାର ଅସୁବିଧା ଭୋଗିବେ । ଏଣୁ ଆମକୁ ସଜାଗ ରହିବାକୁ ପଡ଼ିବ ।

ଏହାସହ କେଜ୍ରିଓ୍ବାଲ କହିଛନ୍ତି କି, ସଫେଇ କର୍ମଚାରୀଙ୍କ ପାଇଁ ମେୟର ଏବଂ  MCD ଭଲ କାମ କରିଛନ୍ତି । ୧୮ ବର୍ଷ ହେବ କୌଣସି କର୍ମଚାରୀଙ୍କ ଠିକ ସମୟରେ ଦରମା ମିଳୁନଥିଲା । କର୍ମାଚରୀ ମାନେ ଧାରଣା ଦେଉଥିଲେ । ଅନ୍ୟପଟେ ଆମ ସରକାର ଗତ ବର୍ଷଠୁ କର୍ମଚାରୀଙ୍କୁ ସଠିକ୍ ସମୟରେ ଦରମା ଦେଉଛି । ୭ ନଭେମ୍ବରକୁ ଦରମା ମିଳିବାକୁ ଥିବାବେଳେ କର୍ମଚାରୀଙ୍କ ଆକାଉଣ୍ଟକୁ ଦରମା ସହ ବୋନସ ଯିବ । ତେବେ ୨୩ କୋଟି ଟଙ୍କା କେବଳ ବୋନସ ଦିଆଯିବ । ଏହାସହ କେଜ୍ରିଓ୍ବାଲ ସମସ୍ତ କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେପଟେ ଆୟୂଷ୍ମାନ ଭାରତ ଯୋଜନାକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି କେଜ୍ରିଓ୍ବାଲ । ସେ କହିଛନ୍ତି ଆୟୂଷ୍ମାନ ଭାରତ ଯୋଜନା ହେଉଛି ଏକ ଘୋଟାଲା । ସରକାର ଦିଲ୍ଲୀର ସ୍ବାସ୍ଥ୍ୟ ଯୋଜନାକୁ ଅନୁକରଣ କରିବା ଉଚିତ୍ ।