spot_img

Latest Posts

ଇଡି ହାଜତରୁ ଆସିଲା ଅରବିନ୍ଦ କେଜରିୱାଲଙ୍କ ଦ୍ବିତୀୟ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ହାଜତରେ ଥିବା ବେଳେ ସେଠାରୁ ଚଲାଇଛନ୍ତି ସରକାର। ରବିବାର ପ୍ରଥମ ନିର୍ଦ୍ଦେଶ ଜାରି କରିଥିବା ବେଳେ, ଏବେ ପୁଣି ଆଉ ଏକ ନିର୍ଦ୍ଦେଶ ଜାରି କରିଛନ୍ତି। ଏନେଇ ସୂଚନା ଦେଇଛନ୍ତି ଦିଲ୍ଲୀର ସ୍ୱାସ୍ଥ୍ୟ ମନ୍ତ୍ରୀ ସୌରଭ ଭରଦ୍ୱାଜ। ଦିଲ୍ଲୀରେ ସରକାରଙ୍କ ଦ୍ୱାରା ପରିଚାଳିତ ମୋହଲା କ୍ଳନିକରେ ଯେପରି ଲୋକେ ମାଗଣା ଔଷଧ ପାଇବା ସହିତ ମାଗଣାରେ ସମସ୍ତ ପ୍ରକାର ଟେଷ୍ଟ କରାଇପାରିବେ, ସେ କଥା ନିଶ୍ଚିତ କରିବାକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନିର୍ଦ୍ଦେଶ ଦେଇଥିବା ସ୍ୱାସ୍ଥ୍ୟ ମନ୍ତ୍ରୀ ସୌରଭ ଭରଦ୍ୱାଜ କହିଛନ୍ତି।

ସେ କହିଛନ୍ତି, ମୋହଲ୍ଲା କ୍ଲିନିକରେ ଲୋକେ ମାଗଣାରେ ବିଭିନ୍ନ ପ୍ରକାର ପରୀକ୍ଷା କରିବାରେ ସମସ୍ୟାର ସମ୍ମୁଖୀନ ହେଉଥିବା ନେଇ କେଜରିଓ୍ବାଲ ଖବର ପାଇଥିଲେ। ତେଣୁ ଏହାର ସମାଧାନ କିପରି ହୋଇପାରିବ, ତାହା ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି କହିଛନ୍ତି ସୌରଭ ଭରଦ୍ବାଜ। ସବୁ ଡାକ୍ତରଖାନା ଓ ମୋହଲ୍ଲା କ୍ଲିନିକ୍ରେ ଯେପରି ଲୋକଙ୍କୁ ମାଗଣାରେ ଔଷଧ ମିଳିବାରେ ବା କୌଣସି ପ୍ରକାର ପରୀକ୍ଷା କରାଇବାରେ କିଛି ଅସୁବିଧା ନ ହେବ, ସେଥିପ୍ରତି ଦୃଷ୍ଟି ଦେବାକୁ କେଜରିଓ୍ବାଲ କହିଛନ୍ତି।

Latest Posts

Don't Miss