spot_img

Latest Posts

ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରିୱାଲଙ୍କୁ ମିଳିଲାନି ଆଶ୍ଵସ୍ତି

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରିୱାଲଙ୍କୁ ମିଳିଲାନି ଆଶ୍ଵସ୍ତି। ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତରେ ରହିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ। ଆଜି ଦିଲ୍ଲୀ ସିଏମ୍ କେଜରିୱାଲଙ୍କ ବିଚାର ବିଭାଗୀୟ ହାଜତ ମିଆଦ ଶେଷ ହେଉଥିଲା।

ତେବେ ପୁଣିଥରେ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ହାଜତ ମିଆଦ ବୃଦ୍ଧି କରିଛନ୍ତି ଦିଲ୍ଲୀର ରାଉଜ ଆଭେନ୍ଯୁ କୋର୍ଟ। ଦିଲ୍ଲୀ ମଦ ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରିୱାଲଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ସେପଟେ ଇଡିର ଗିରଫକୁ ଅସାମ୍ବିଧାନିକ ଦର୍ଶାଇ ପୂର୍ବରୁ ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ କେଜରିୱାଲ। ତେବେ ତୁରନ୍ତ ଶୁଣାଣି କରିବାକୁ ପୂର୍ବରୁ ମନା କରିଥିଲେ ସୁପ୍ରିମକୋର୍ଟ।

ଆସନ୍ତା ୨୯ରେ କେଜରିୱାଲଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି ହେବ। ଗିରଫକୁ ଚ୍ଯାଲେଂଜ କରି ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ କେଜରିୱାଲ। ତେବେ ଇଡିର ଗିରଫକୁ ସଠିକ ଦର୍ଶାଇଥିଲେ ଦିଲ୍ଲୀ ହାଇକୋର୍ଟ। ଏହାପରେ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ଯାଲେଂଜ କରି ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଛନ୍ତି କେଜରିୱାଲ। ସେପଟେ ତିହାର ଜେଲରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କୁ ଭେଟିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ସିଂ ମାନ।

Latest Posts

Don't Miss