ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀରେ କେଜ୍ରି ସରକାର ଆରମ୍ଭ । ତୃତୀୟ ଥର ପାଇଁ ଦିଲ୍ଲୀର ତାଜ ପିନ୍ଧିଲେ ମଫଲର ମ୍ୟାନ । ରାମଲୀଳା ମୈଦାନରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଆପ ମୁଖ୍ୟ । ଶପଥ ପାଠ କରାଇଲେ ଉପରାଜ୍ୟପାଳ ଅନୀଲ ବୈଜଲ ।
କେଜ୍ରିୱାଲଙ୍କ ସହ ୬ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି । ପ୍ରଥମେ ମନୀଷ ସିସୋଦିଆ ମନ୍ତ୍ରୀ ଭାବେ ଶପଥ ନେଇଥିଲେ । ପରେ ସତ୍ୟେନ୍ଦ୍ର ଜୈନ ଓ ଗୋପାଳ ରାଓ କୈଳାସ ଗେହଲଟ୍, ଇମ୍ରାନ ହୁସେନ ଓ ରାଜେନ୍ଦ୍ର ଗୌତମ ବି ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଶପଥ ଗ୍ରହଣ ଉତ୍ସବରେ ବହୁ ବିଶିଷ୍ଟ ଯୋଗ ଦେଇଥିଲେ ।