spot_img

Latest Posts

ମୋ ବିରୋଧରେ ଷଡ଼ଯନ୍ତ୍ର କରାଯାଇଥିଲା : ଅରବିନ୍ଦ କେଜ୍ରିୱାଲ

ଦିଲ୍ଲୀ : କେଜ୍ରିୱାଲ ଚୋର ନା କେଜରିୱାଲଙ୍କୁ ଜେଲ୍ ପଠାଇଥିବା ଲୋକ ଚୋର ? ଯଦି କେଜ୍ରିୱାଲ ଦୁର୍ନୀତି କରିଥାନ୍ତେ, ତେବେ ହଜାର ହଜାର କୋଟି ଟଙ୍କା ରୋଜଗାର କରିଥାନ୍ତା। ଲୋକଙ୍କୁ ମାଗଣା ବିଜୁଳି ଦେଇପାରିନଥାନ୍ତା କି ପ୍ରାଇଭେଟ ସ୍କୁଲଠାରୁ ବି ଭଲ ସ୍କୁଲ ଦିଲ୍ଲୀରେ ତିଆରି ହୋଇନଥାନ୍ତା। ଦିଲ୍ଲୀବାସୀଙ୍କୁ ଏହି କଥା କହିଛନ୍ତି ଅରବିନ୍ଦ କେଜ୍ରିୱାଲ । ଦିଲ୍ଲୀ ଜନ୍ତର ମନ୍ତରରେ ହୋଇଛି ଆମ୍ ଆଦମି ପାର୍ଟିର ଜନତା କି ଅଦାଲତ। ସେଥିରେ ଯୋଗ ଦେଇ କେଜ୍ରିୱାଲ  କହିଛନ୍ତି, ଷଡ଼ଯନ୍ତ୍ର କରି ମତେ ଜେଲ ପଠାଯାଇଥିଲା। ମୁଁ ପଣ କରିଥିଲି, ଯେ ପର୍ଯ୍ୟନ୍ତ ଏହି ଦୁର୍ନୀତିର ଦାଗ ହଟିବ ନାହିଁ ମୁଁ ଦିଲ୍ଲୀ ଶାସନକୁ ଫେରିବି ନାହିଁ। କିନ୍ତୁ ମୋ ଓକିଲ କହିଲେ, ଅଦାଲତରେ ୧୦ ବର୍ଷରେ ବି ମାମଲାର ଫଇସଲା ହେବ କି ନାହିଁ କହିହେବ ନାହିଁ। ତେଣୁ ମୁଁ ଆପଣଙ୍କ ପାଖକୁ ଆସିଛି, ଜନତାଙ୍କ ଅଦାଲତ ମୋ ବିଚାର କରିବେ ବୋଲି କହିଛନ୍ତି କେଜ୍ରିୱାଲ । ନେତାଙ୍କ ମୋଟା ଚମଡ଼ା, ତେଣୁ ସେମାନେ ବହୁ କଥା ସହିପାରନ୍ତି। କିନ୍ତୁ ମୁଁ ନେତା ନୁହେଁ, ମୁଁ ରାଜନୀତିର ପରିଭାଷା ବଦଳାଇବାକୁ ଆସିଛି। କିଛି ଦିନ ଭିତରେ ସରକାରୀ ବଙ୍ଗଲା ବି ଛାଡ଼ିଦେବି। ବହୁ ଲୋକ ସେମାନଙ୍କ ଘରେ ମତେ ରହିବାକୁ ପ୍ରସ୍ତାବ ଦେଇଛନ୍ତି। ଆପଣଙ୍କ ଭିତରୁ କାହା ଘରେ ବି ମୁଁ ରହିଯିବି ବୋଲି କହିଛନ୍ତି କେଜ୍ରିୱାଲ ।  ଦିଲ୍ଲୀ ମଦ ମାମଲାରେ କେଓରିୱାଲ ପ୍ରାୟ ୬ ମାସ ଜେଲରେ ରହିବା ପରେ କିଛି ତଳେ ତାଙ୍କୁ ଜାମିନ ମିଳିଛି।  ଏହା ପରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଏବଂ ତାଙ୍କ ବଦଳରେ ଆତିଶି ମୁଖ୍ୟମନ୍ତ୍ରୀ ହୋଇଛନ୍ତି।

Latest Posts

Don't Miss