spot_img

Latest Posts

ଦିଲ୍ଲୀ ମଦନୀତି ମାମଲା, ଆଜି କେଜରିଓ୍ବାଲଙ୍କ ଜାମିନ ଆବେଦନର ଶୁଣାଣି

ନୂଆଦିଲ୍ଲୀ: ଦିଲ୍ଲୀ ମଦନୀତି ମାମଲା । ଆଜି ମୁଖ୍ଯମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ଜାମିନ ଆବେଦନର ଶୁଣାଣି କରିବେ ସୁପ୍ରିମକୋର୍ଟ । ଏହା ସହ ମଦନୀତି ମାମଲାରେ ସିବିଆଇ ଦ୍ବାରା ତାଙ୍କ ଗିରଫଦାରୀ ବିରୋଧରେ କେଜରିଓ୍ବାଲ କରିଥିବା ଆବେଦନରବି ଶୁଣାଣି କରିବେ ଅଦାଲତ । ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ଉଜ୍ବଳ ଭୂୟାଁଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ମାମଲାର କରିବେ ଶୁଣାଣି । ଏକ ସ୍ପେସାଲ ଲିଭ୍ ପିଟିସନ ଅନୁସାରେ ଉଭୟ ଗିରଫଦାରୀ ଓ ଅନ୍ଯାନ୍ୟ ରିମାଣ୍ଡ ଆଦେଶନାମା ବିରୋଧରେ ଆବେଦନ କରିଥିଲେ କେଜରିଓ୍ବାଲ । ବିଚାର ବିଭାଗୀୟ ହେପାଜତରେ ଥିବାବେଳେ କେଜରିୱାଲଙ୍କୁ ଗିରଫ କରାଯାଇଥିବାରୁ ସିବିଆଇ ଉପରେ କ୍ଷୁବ୍ଧ ହୋଇଛନ୍ତି ଅଦାଲତ। ସେପଟେ ସବିିଆଇ ପକ୍ଷରୁ ଯୁକ୍ତି ଦର୍ଶାଯାଇଥିଲା ଯେ, ମଦନୀତି ମାମଲାରେ ରାଜନୈତିକ ସ୍ତରରେ ହଟଚମଟ ସୃଷ୍ଟି କରିବାକୁ କେଜରିଓ୍ବାଲ ଚାହୁଁଛନ୍ତି । ବିଭିନ୍ନ ଅଭିଯୋଗକୁ ବିଚାରକୁ ନେଇ ବିଭିନ୍ନ କୋର୍ଟ କେଜରିଓ୍ବାଲଙ୍କ ସମ୍ପର୍କରେ ଆଦେଶନାମା ପ୍ରଦାନ କରିସାରିଛନ୍ତି । ଦିଲ୍ଲୀ ମଦନାତି ମାମଲାରେ ଗତ ମାର୍ଚ୍ଚ ୨୧ରେ କେଜରିଓ୍ବାଲଙ୍କୁ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ସେହିପରି କେଜରିଓ୍ବାଲ ତିହାର ଜେଲରେ ଥିବାବେଳେ ତାଙ୍କୁ ଗତ ଜୁନ ୨୫ରେ ଗିରଫ କରିଥିଲା ସିବିଆଇ । ଦିଲ୍ଲୀ ମଦନୀତି ମାମଲାରେ ଗତବର୍ଷ ଫେବୃଆରୀ ୨୬ରେ ଗିରଫ ହୋଇଥିବା ମନୀଷ ସିସୋଦିଆଙ୍କୁ ଗତ ଅଗଷ୍ଟ ୯ରେ ଜାମିନ ଦେଇଥିଲେ ସୁପ୍ରିମକୋର୍ଟ। ଗତବର୍ଷ ଅକ୍ଟୋବର ୪ରେ ଗିରଫ ସଞ୍ଜୟ ସିଂଙ୍କୁ ଏପ୍ରିଲ ୩ରେ ମିଳିଥିଲା ଜାମିନ। ସେହିପରି ଗତ ମାର୍ଚ୍ଚ ୧୫ରେ ଗିରଫ ବିଆରଏସ ନେତ୍ରୀ କେ. କବିତାଙ୍କୁ ଗତ ଅଗଷ୍ଟ ୨୭ରେ ସୁପ୍ରିମକୋର୍ଟ ଦେଇଥିଲେ ଜାମିନ।

Latest Posts

Don't Miss