spot_img

Latest Posts

ବହୁଚର୍ଚ୍ଚିତ ଦିଲ୍ଲୀ ମଦନୀତି ମାମଲା : ସୁପ୍ରିମକୋର୍ଟରେ ଆବେଦନ ପ୍ରତ୍ୟାହାର କଲେ କେଜ୍ରିୱାଲ

ନୂଆଦିଲ୍ଲୀ : ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଗିରଫ ଘଟଣା। ତୁରନ୍ତ ଶୁଣାଣି ଲାଗି ସୁପ୍ରିମକୋର୍ଟରେ କରିଥିବା ଆବେଦନ ପ୍ରତ୍ୟାହାର କଲେ କେଜ୍ରିୱାଲ।ମାମଲାରେ ତଳ କୋର୍ଟରେ ଆବେଦନ କରିବେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଗତକାଲି ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ କେଜ୍ରିୱାଲଙ୍କୁ ଗିରଫ କରିଥିଲା ଇଡି। ଗିରଫ ପରେ ଏ ନେଇ ଶୁଣାଣି କରିବାକୁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ କେଜ୍ରିୱାଲ।ମାମଲାରେ ସୁପ୍ରିମକୋର୍ଟରେ ତୁରନ୍ତ ଶୁଣାଣି ଲାଗି ଆବେଦନ କରିଥିଲେ। ତେବେ ପୁଣିଥରେ ସୁପ୍ରିମକୋର୍ଟରୁ ମାମଲା ପ୍ରତ୍ୟାହାର କରି ତଳ କୋର୍ଟକୁ ଯିବେ ବୋଲି ଜଣାପଡିଛି।

ଗତକାଲି କେଜ୍ରିୱାଲଙ୍କୁ ଗିରଫ କରିଥିଲା ଇଡି। ଦିଲ୍ଲୀ ହାଇକୋର୍ଟ କେଜ୍ରିୱାଲଙ୍କୁ ସୁରକ୍ଷା ଦେବାକୁ ଅସ୍ଵୀକାର କରିବା ପରେ ଇଡି ଗତକାଲି ଅପରାହ୍ନ ୭ଟାରେ କେଜ୍ରିୱାଲଙ୍କ ବାସଭବନରେ ପହଞ୍ଚିଥିଲା ଇଡି। ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଯାଞ୍ଚ ସହ ୨ ଘଣ୍ଟା ଧରି କେଜ୍ରିୱାଲଙ୍କ ପଚରାଉଚରା କରିଥିଲା। ଏହାପରେ ରାତି ୯ଟାରେ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଗିରଫ ପରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଇଡି ହେଡକ୍ଵାର୍ଟର ନିଆଯାଇଛି। ମେଡିକାଲ ଟେଷ୍ଟ ପରେ କେଜରିୱାଲଙ୍କୁ ଇଡି ହାଜତରେ ରଖାଯାଇଛି। ଆଜି ତାଙ୍କୁ କୋର୍ଟରେ ହାଜର କରିବ ଇଡି। ଏଥିଲାଗି ଇଡି ଅଫିସ ପରିସରରେ ସୁରକ୍ଷା ବ୍ଯବସ୍ଥା କଡାକଡି କରାଯାଇଛି।

ସେପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ଗିରଫ ପ୍ରତିବାଦରେ ଦିଲ୍ଲୀରେ ବିଭିନ୍ନ ସ୍ଥାନରେ ପ୍ରତିବାଦ ଜାରି ରହିଛି। ଗିରଫଦାରୀକୁ ବିରୋଧ କରି ବିଭିନ୍ନ ସ୍ଥାନରେ ଆନ୍ଦୋଳନ କରୁଛନ୍ତି ଆପ ନେତା ଓ କର୍ମୀ। ଗିରଫ ପ୍ରତିବାଦରେ ଆନ୍ଦୋଳନ କରୁଥିବା କିଛି ଆପ୍ ନେତା ଓ କର୍ମୀଙ୍କୁ ପୋଲିସ ଗିରଫ କରିଛି। ଆଜି ବିଜେପି ମୁଖ୍ୟାଳୟ ଘେରାଉ କରିବାକୁ ଘୋଷଣା କରିଛି ଆମ ଆଦମୀ ପାର୍ଟି। ଏହି ମାମଲାରେ ପୂର୍ବରୁ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଗତ ୧୩ ମାସ ଧରି ଗିରଫ ହୋଇ ଜେଲରେ ଅଛନ୍ତି। ସେହିପରି ଆପ ନେତା ସଂଜୟ ସିଂହ ଗତ ୬ ମାସ ଧରି ତିହାର ଜେଲରେ ଅଛନ୍ତି। ସ୍ବାଧୀନ ଭାରତରେ ପ୍ରଥମ ଥର ଲାଗି ଜଣେ କ୍ଷମତାସୀନ ମୁଖ୍ୟମନ୍ତ୍ରୀ ଗିରଫ ହେବାରେ ଏହି ଘଟଣା ହେଉଛି ପ୍ରଥମ। ଇଡିରେ ହାଜର ହେବା ଲାଗି ୯ଟି ସମନକୁ ପ୍ରତ୍ୟାଖ୍ଯାନ କରିବା ପରେ କେଜ୍ରିୱାଲଙ୍କୁ ଗିରଫ କରିଛି ଇଡି।

Latest Posts

Don't Miss