ହିନ୍ଦୁ କାର୍ଡ ଖେଳିଲେ କେଜ୍ରିୱାଲ, ଭାରତୀୟ ମୁଦ୍ରାରେ ରହୁ ଲକ୍ଷ୍ମୀ ଗଣେଶଙ୍କ ଫଟୋ

1 min read

ନୂଆଦିଲ୍ଲୀ: ଗୁଜୁରାଟ ନିର୍ବାଚନର ଠିକ୍‌ ପୂର୍ବରୁ ହିନ୍ଦୁତ୍ବ କାର୍ଡ ଖେଳିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ  । ଦିଲ୍ଲୀ ସିଏମ ଭାରତୀୟ ମୁଦ୍ରାରେ ଗାନ୍ଧୀଜୀଙ୍କ ସହ ଭଗବାନ ଗଣେଶ ଓ ମା’ ଲକ୍ଷ୍ମୀଙ୍କ ଫଟୋ ଲଗାଇବା ପାଇଁ ଦାବି କରିଛନ୍ତି  । ଗୋଟିଏ ପଟେ ଗାନ୍ଧୀଜୀଙ୍କ ଫଟୋ ଓ ଅନ୍ୟପଟେ ଦେବାଦେବୀଙ୍କ ଫଟୋ ରହିଲେ ସମଗ୍ର ଦେଶକୁ ତାଙ୍କ ଆଶୀର୍ବାଦ ମିଳିପାରିବ ବୋଲି ସେ କହିଛନ୍ତି  ।

 

ମା’ ଲକ୍ଷ୍ମୀଙ୍କୁ ହିନ୍ଦୁମାନେ ସୁଖ ସମୃଦ୍ଧିର ଦେବୀ ମାନୁଥିବା ବେଳେ ଗଣେଶ ବିଘ୍ନହର୍ତ୍ତା ଭାବେ ପରିଚିତ  । ଏଣୁ ଏହି ଦୁଇ ଦେବାଦେବୀଙ୍କୁ ଟଙ୍କାରେ ସ୍ଥାନ ଦେଲେ ଭାରତୀୟ ଅର୍ଥ ବ୍ୟବସ୍ଥା ସୁଧୁରିବା ନେଇ କେଜ୍ରିୱାଲ ଆଶା କରିଛନ୍ତି  । ସମୂର୍ଣ୍ଣ ନୋଟ୍‌ ବଦଳାଇବାକୁ ନୁହେଁ ବରଂ ଯେଉଁ ନୂଆ ନୋଟ୍‌ ଛପା  ଯାଉଛି ସେଥିରେ ଭଗବାନଙ୍କୁ ସ୍ଥାନ ଦେବାକୁ କେଜ୍ରିୱାଲ ଅପିଲ୍‌ କରିଛନ୍ତି  ।

୭୫ ବର୍ଷ ସ୍ବାଧୀନତା ପରେ ବି ଭାରତ ବିକାଶଶୀଳ ଦେଶ ଓ ଗରିବ ଭାବେ ଜଣାଯାଉଛି  । ଭାରତର ନାମ ବିକଶିତ ଓ ଧନୀ ରାଷ୍ଟ୍ରରେ ସାମିଲ କରିବା ପାଇଁ ସବୁ ଭାରତୀୟ ଚାହୁଁଛନ୍ତି  । ଦିନକୁ ଦିନ ଦେଶର ଅର୍ଥ ବ୍ୟବସ୍ଥା ଦୁର୍ବଳ ହେବାରେ ଲାଗିଛି  । ଡଲାର ତୁଳନାରେ ଟଙ୍କା ପ୍ରତିଦିନ କମଜୋର୍‌ ହେଉଛି  । ଏଥିରେ ସୁଧାର ଆଣିବା ପାଇଁ ଲକ୍ଷ୍ମୀ ଓ ଗଣେଶଙ୍କ ଆରଧନା କରାଯିବା ଉଚିତ୍‌  ।

କାରଣ ଆମ ଦେଶରେ ସାଧାରଣତଃ ବ୍ୟବସାୟୀ ମାନେ ଏହି ଦୁଇ ଦେବାଦେବୀଙ୍କୁ ପୂଜା କରିଥାନ୍ତି  । ଆଜି ପ୍ରେସ କନଫରେନ୍ସ କରି ଏଭଳି ଅପିଲ୍‌ କରିଛନ୍ତି କେଜ୍ରିୱାଲ  ।