ବରିଷ୍ଠ ନାଗରିକଙ୍କ ପାଇଁ ବିଗ୍ ହେଲ୍ଥ ପ୍ଲାନ୍ ଘୋଷଣା କରିଛନ୍ତି କେଜ୍ରିଓ୍ବାଲ
ଦିଲ୍ଲୀ : ଦିଲ୍ଲୀ ନିର୍ବାଚନ ପୂର୍ବରୁ ଆପର ବଡ଼ ଘୋଷଣା । ବରିଷ୍ଠ ନାଗରିକଙ୍କ ପାଇଁ ବିଗ୍ ହେଲ୍ଥ ପ୍ଲାନ୍ ଘୋଷଣା କରିଛନ୍ତି ଅରବିନ୍ଦ କେଜ୍ରିଓ୍ବାଲ । ୬୦ ବର୍ଷରୁ ଊର୍ଦ୍ଧ୍ବ ନାଗରିକଙ୍କୁ ମାଗଣାରେ ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯିବ । ଧନୀ, ଗରିବ ସମସ୍ତଙ୍କୁ ମିଳିବ ମାଗଣା ଚିକିତ୍ସା ସେବା । ଚିକିତ୍ସା କ୍ଷେତ୍ରରେ କୌଣସି ଲିମିଟ୍ ରହିବ ନାହିଁ । ଚିକିତ୍ସାର ସମସ୍ତ ଖର୍ଚ୍ଚ ଦିଲ୍ଲୀ ସରକାର ବହନ କରିବେ । ସରକାରୀ ଓ ଘରୋଇ ହସ୍ପିଟାଲରେ ହେବ ମାଗଣା ଚିକିତ୍ସା । ସମସ୍ତଙ୍କ ମାଗଣା ଚିକିତ୍ସା ପାଇଁ ସଂଜୀବନୀ ଯୋଜନା ଘୋଷଣା କରିଛନ୍ତି କେଜ୍ରିୱାଲ୍ । ୨ରୁ ୩ ଦିନ ମଧ୍ୟରେ ଆରମ୍ଭ ହେବ ରେଜିଷ୍ଟ୍ରେସନ୍। ସେହିଭଳି କ୍ଷମତାକୁ ପୁଣିଥରେ ଆସିଲେ ସବୁ ବର୍ଗଙ୍କୁ ସନ୍ତୁଷ୍ଟ କରାଯିବ ବୋଲି ଦଳ ପକ୍ଷରୁ କୁହାାଯାଇଛି ।ମହିଳାଙ୍କୁ ମାସିକ ୨୧୦୦ ଟଙ୍କା ଦେବାକୁ ଘୋଷଣା କରିଛି ଦଳ । ମହିଳା ସମ୍ମାନ ଯୋଜନାର ରାଶି ବୃଦ୍ଧି କରାଯିବ । ଅଟୋ ରିକ୍ସା ୱେଲଫେୟାର ସ୍କିମ୍ ଘୋଷଣା କରିଛି ଆପ୍ । ଇଭି ମାଲିକଙ୍କୁ ରିହାତି ସହିତ ଇନସୁରାନ୍ସରେ ସୁବିଧା ଯୋଗାଇ ଦିଆଯିବ ।