spot_img

Latest Posts

ଜଙ୍ଗଲ ରାସ୍ତାରେ ଦି’ ଦିନ ଗାଡ଼ି ଚଲାଇଲେ ମୁଖ୍ୟମନ୍ତ୍ରୀ, ଭିଡ଼ିଓ ଭାଇରାଲ୍

ଇଟାନଗର: ଅରୁଣାଚଳ ପ୍ରଦେଶର ସିଏମ ପେମା ଖାଣ୍ଡୁଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ମିଆଓରୁ ନିଜେ ବିଜୟନଗର ଅଭିମୁଖେ ଗାଡ଼ି ଚଳାଉଥିବାର ଚିତ୍ର ସେ ସୋସିଆଲ୍ ମିଡିଆରେ ସେୟାର କରିଛନ୍ତି । ପେମା ଖାଣ୍ଡୁ ବିଜୟନଗରରେ ରହୁଥିବା ୟବିନ୍ ଜନଜାତିର ଲୋକଙ୍କୁ ଭେଟିବାକୁ ଯାଇଥିଲେ ଏବଂ ଏହି ଯାତ୍ରା ସମୟରେ ସେ ଅନେକ କଷ୍ଟଦାୟକ ରାସ୍ତାରେ ଯାଉଥିଲା ବେଳେ ସୁରକ୍ଷା କର୍ମୀଙ୍କ ସହ ମିଶି କାଦୁଅରେ ଫସିଥିବା ତାଙ୍କ କାର ବାହାର କରୁଥିବା ମଧ୍ୟ ଦେଖିବାକୁ ମିଳୁଛି ।

ପେମା ଖାଣ୍ଡୁ ଏହି ଯାତ୍ରା ସମୟର ଫଟୋ ଏବଂ ଭିଡିଓ ଟୁଇଟ୍ କରି ଲେଖିଛନ୍ତି, ମିଆଓରୁ ବିଜୟନଗର ଯାଏଁ ପ୍ରାୟ ୧୫୭ କିଲୋମିଟର କାର ଓ ପଦଯାତ୍ରାରେ ଯିବାର ସ୍ମୃତି ସ୍ମରଣୀୟ ଥିଲା। ମାର୍ଚ୍ଚ ୨୫ ତାରିଖ ସକାଳ ୫ଟାରୁ ଦେବନରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ତା’ ପରଦିନ ଗାନ୍ଧୀଗ୍ରାମ (୧୩୭ କିଲୋମିଟର)ରେ ବିଶ୍ରାମ ନେଇଥିଲୁ । ତା’ ପରଦିନ ଆମେ ପରଦିନ ବିଜୟନଗର ଅଭିମୁଖେ ଯାତ୍ରା କରିଥିଲୁ।

ଲୋକଙ୍କ ସମସ୍ୟା ବିଷୟରେ ଶୁଣିବା ଲାଗି ପହଞ୍ଚିଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ଖାଣ୍ଡୁ ଯାଇଥିବା ବିଜୟନଗରକୁ ଯାତାୟତ ପାଇଁ ଭଲ ରାସ୍ତା ନାହିଁ । ଯେଉଁଥିପାଇଁ ଯାନବାହନ ଚଳାଚଳ ଲୋକଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ଏଭଳି ସ୍ଥିତିରେ ମୁଖ୍ୟମନ୍ତ୍ରୀ ନିଜେ ସ୍ଥାନୀୟ ଲୋକଙ୍କ ସମସ୍ୟା ଶୁଣିବା ପାଇଁ ସେଠାକୁ ଯାଇଥିଲେ। ତେବେ ଏଭଳି ସମସ୍ୟା କଥା ଜାଣିବା ପରେ ଏହି ରାସ୍ତାରେ ଗମନାଗମନ ପାଇଁ ଖୁବ୍ ଶୀଘ୍ର ଭଲ ରାସ୍ତା ତିଆରି ହେବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି ।

ତେବେ ଖାସ୍ କଥା ହେଉଛି ବିଜୟନଗର ଗସ୍ତ ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସେଠାରେ ପହଞ୍ଚିବା ପାଇଁ ତାଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା।

Latest Posts

Don't Miss