ମହାନଦୀ ଜଳ ବିବାଦକୁ ନେଇ ଆଇନ ମନ୍ତ୍ରୀ ଦେଇଥିବା ମନ୍ତବ୍ୟର କଡ଼ା ସମାଲୋଚନା କଲେ ଅରୁଣ ସାହୁ
1 min read
ଭୁବନେଶ୍ବର: ମହାନଦୀ ଜଳ ବିବାଦକୁ ନେଇ ଆଇନ ମନ୍ତ୍ରୀ ଦେଇଥିବା ମନ୍ତବ୍ୟର କଡ଼ା ସମାଲୋଚନା କରିଛନ୍ତି ବରିଷ୍ଠ ବିଜେଡି ବିଧାୟକ ଅରୁଣ ସାହୁ । ଡବଲ ଇଞ୍ଜିନ ସରକାର ୨୦୨୪ ନିର୍ବାଚନ ପୂର୍ବରୁ ଚିଲେଇ ଚିଲେଇ କହିଲେ ଆମକୁ ଭୋଟ ଦିଅ ସବୁ ସମସ୍ୟାର ସମାଧାନ କରିବୁ l ହେଲେ ସରକାରକୁ ଆସିଲା ପରେ ସବୁ ଭୁଲିଗଲେ। ଏବେ ଛତିଶଗଡ଼-କେନ୍ଦ୍ର-ଓଡି଼ଶାରେ ଟ୍ରିପଲ୍ ଇଞ୍ଜିନ ସରକାର । ଲୋକମାନେ ଆଶା ଓ ଭରସାରେ ଭୋଟ ଦେଇଥିଲେ ମହାନଦୀ, ପୋଲାଭରମ ପ୍ରସଙ୍ଗର ବିଜେପି ସରକାର ସମାଧାନ କରିବେ । ସରକାର ସମାଧାନ କରିବେ କଣ, ସେ ନେଇ ଟିକେ ଚିନ୍ତା ବି ନାହିଁ ବୋଲି କହିଛନ୍ତି ଅରୁଣ । ମହାନଦୀରେ ଆଜି ଟୋପେ ପାଣି ନାହିଁ l ମରୁଭୂମିରେ ପରିଣତ ହୋଇଛି ମହାନଦୀ । କଲମାର ସବୁ ଗେଟ ବନ୍ଦ କରିଦେଲେ । ଏଯାଏ କୌଣସି ବିଧିବଦ୍ଧ ଆଲୋଚନା କଲେ ନାହିଁ । ଆଉ କେବେ କଥା ହେବେ ସରକାର ବୋଲି ଅରୁଣ ପ୍ରଶ୍ନ କରିଛନ୍ତି ।କେବଳ କେନ୍ଦ୍ରମନ୍ତ୍ରୀଙ୍କ ଗୋଟେ ପାରିବାରିକ କାର୍ଯ୍ୟକ୍ରମରେ ଆସିଥିଲେ ଓଡ଼ିଶା ଆସିଥିଲେ ଛତିଶଗଡ ସରକାର । ସେଠି ଟିକେ ଦେଖାରେ କଣ ଆଲୋଚନା କରିଥିବେ ? ଏମାନେ ମୌକାକୁ ଅପେକ୍ଷା କରିଥାନ୍ତି । ବିଜେପି ସରକାର ହେଉଛି ଭାଣ୍ଡାମୀ, ଭୂଆଁ ବୁଲେଇବା ସରକାର। ରାଜ୍ୟ ସରକାର ବାସ୍ତବତାକୁ ଆସନ୍ତୁ ବୋଲି କହିଛନ୍ତି ଅରୁଣ ।
ସେହିପରି କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ସମାଲୋଚନା କରି କହିଛନ୍ତି, ମହାନଦୀ ପ୍ରସଂଗରେ ରାଜ୍ୟ ସରକାର ଆଉ ବାହାନା ନଦେଖାନ୍ତୁ । ଜଳ ସଂରକ୍ଷଣ କାହିଁକି ଓଡିଶା ସରକାର କରୁନାହାନ୍ତି ? ମହାନଦୀ ଜଳ ବିବାଦର ସମାଧାନ ପାଇଁ ପ୍ରଧାନମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ ବୋଲି ସେ ଦାବି କରିଛନ୍ତି । ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବସି ଆଲୋଚନା କରନ୍ତୁ । ଟ୍ରିପଲ ଇଞ୍ଜିନ ସରକାରବେଳେ ଯଦି ସମସ୍ୟାର ସମାଧାନ ନହେବ, ତ କେବେ ହେବ ବୋଲି ଭକ୍ତ ପ୍ରଶ୍ନ କରିଛନ୍ତି । ଯଦି ଟ୍ରିପଲ୍ ଇଞ୍ଜିନ ସରକାର ସମାଧାନ ନକରିବ ତେବେ କେବେ ହେବନି । ଏହା କେନ୍ଦ୍ରପ୍ରତି ଓଡିଶାର ପ୍ରତାରଣା ହେବ ବୋଲି ଭକ୍ତ କହିଛନ୍ତି । ଆଜି ମହାନଦୀ ପ୍ରସଙ୍ଗରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଥିଲେ କି ବିଭିନ୍ନ ରାଜ୍ୟରେ ଥିବା ଜଳ ବିବାଦର ଆପୋଷ ସମାଧାନ କରିବାକୁ ସରକାର ଚେଷ୍ଠା କରୁଛନ୍ତି । ଛତିଶଗଡ଼ ସହ ଜଳ ବିବାଦ ନେଇ ଏତେ ବଡ ସମସ୍ୟା ନାହିଁ ।.. ..