‘ରାଜ୍ୟରେ ବିଗିଡିଗଲାଣି ଆଇନଶୃଙ୍ଖଳା ପରିସ୍ଥିତି; ଅପରାଧୀ ଜାଣିଗଲେଣି, ଏ ସରକାର ଦୁର୍ବଳ’

ନନ୍ଦିଘୋଷ ବ୍ୟୁରୋ : ସାରା ରାଜ୍ୟରେ ମର୍ଡର ମର୍ଡର ମର୍ଡର । ଗଣ୍ଡି ଗୋଟେ ଜାଗାରେ ମୁଣ୍ଡ ଆଉ ଗୋଟେ ଜାଗାରେ । କେଉଁଠି ଜେସିବି ଲଗାଇ ମାରି ଦିଆଯାଉଛି ତ ଆଉ କେଉଁଠି ଗୁଳି କରି ଲୋକଙ୍କୁ ମାରି ଦିଆଯାଉଛି । ମିଡିଆରେ କେବଳ ମର୍ଡର ଖବର ଘୂରି ବୁଲୁଛି । ଏ କଣ ଡବଲ ଇଂଜିନ ସରକାର ବୋଲି ପ୍ରଶ୍ନ କରିଛି ବିଜେଡି । ବିଜେଡି ବିଧାୟକ ଅରୁଣ ସାହୁ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି, ଅପରାଧୀ ଜାଣିଗଲେଣି ଯେ, ଏ ସରକାର ଦୁର୍ବଳ । ତେଣୁ ଦାନ୍ତହୀନ ଦୁର୍ବଳ ସରକାରକୁ କେହି ଖାତିର କରୁନାହାଁନ୍ତି । ତେଣୁ ସରକାର ଦୟାକରି ଜାନିଯାତ୍ରାରେ ନମାତି ସରକାରୀ କାର୍ଯ୍ୟ କରନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି । ଏହା ଭିତରେ ୮୦ ଦାଦନ ଶ୍ରମିକଙ୍କ ଶବ ଆସିଲାଣି । ଶିଶୁ ଚୋରି ହେଉଛି । ସରକାର ନାଚ ଗୀତ କରି ପାରିଧିରେ ଅଛନ୍ତି । ମାଆ ମଥାର ସିନ୍ଦୁର ଲିଭିଯାଉ, ଛୁଆ ବାପାକୁ ହରାଉ ସରକାରଙ୍କ ପରବାୟ ନାହିଁ । ତେଣୁ ବିଜେଡି ହାତ ଯୋଡ଼ି ନିବେଦନ କରିଛି ଯେ, ସରକାର ଦାୟିତ୍ବ ନିର୍ବାହ କରନ୍ତୁ । ଆଇନ ଶୃଙ୍ଖଳା ସମ୍ଭାଳନ୍ତୁ ।