ଓଡ଼ିଆ ଅସ୍ମିତା ପ୍ରସଙ୍ଗରେ ସରକାରଙ୍କୁ ଅରୁଣଙ୍କ ସମାଲୋଚନା

ନନ୍ଦିଘୋଷ ବ୍ୟୁରୋ: ଓଡ଼ିଆ ଅସ୍ମିତା ପ୍ରସଙ୍ଗରେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ଯବଂଶୀ ସୂରଜଙ୍କୁ ବିଜେଡି ବରିଷ୍ଠ ବିଧାୟକ ଅରୁଣ ସାହୁଙ୍କ ସମାଲୋଚନା। କହିଲେ, ଓଡ଼ିଶାରେ ସାଧାରଣ ନିର୍ବାଚନ ସରିଛି। ବିଜେପି ଗୃହ ବାହାରେ ଓ ଭିତରେ କହୁଛନ୍ତି ଓଡ଼ିଆ ଅସ୍ମିତାର ବିଜୟ ହୋଇଛି। ଓଡ଼ିଆ ଅସ୍ମିତାର ଅର୍ଥ କଣ ପଚାରିବାରୁ କହିଲେ ମୁଁ । ତେବେ ଓଡ଼ିଆ ଅଭିଧାନରେ ଏହି ଶବ୍ଦର ଅର୍ଥ ହେଉଛି ଅଂହକାର। ବିଜେଡିକୁ ଯେଉଁ ୪୦% ଭୋଟ ମିଳିଲା ସେମାନେ କଣ ଅସ୍ମିତା ବୁଝି ପାରିଲେନି ବୋଲି କହିଛନ୍ତି ଅରୁଣ। ବିଜେପି ଓଡ଼ିଆ ଅସ୍ମିତାର ବ୍ୟାଖ୍ୟା କରିବାକୁ କହିଥିଲି। ହେଲେ ସେ କହିଲେ କାଗଜରେ ଲେଖି ହେବନି। ଟିଭି ପରଦାରେ ବ୍ୟାଖ୍ୟା କରିବା। ହେଲେ ଲେଖି କାହିଁକି ପାରିବନି ବୋଲି କହିଛନ୍ତି ଅରୁଣ। ଛତିଶଗଡ ବନ୍ଧ ବାନ୍ଧି ପାଣି ଅଟକାଇଛି. ପୋଲାଭରମ ନେଇ କେନ୍ଦ୍ର ଅର୍ଥ ଦେଇଛି।

ଏହି ପ୍ରକଳ୍ପ ହେଲେ ମାଲକାନଗିରି ବୁଡି ଯିବ। ସେ ସବୁ ସ୍ଥାନରେ ଓଡ଼ିଆ ଅସ୍ମିତା କୁଆଡେ ଗଲା ? କେନ୍ଦ୍ର ଅନୁଦାନ ହ୍ରାସ କରୁଛି। ଏଠାରେ ଓଡ଼ିଆ ଅସ୍ମିତା କୁଆଡେ ଗଲା।ଏ ସମସ୍ତ ପ୍ରଶ୍ନର ଉତ୍ତର ଦେବାକୁ ସରକାର ବାଧ୍ୟ ବୋଲି କହିଥିଲେ ଅରୁଣ ସାହୁ। ଓଡ଼ିଶାର ୧୪୭ ନିର୍ବାଚନ ମଣ୍ଡଳୀରେ ଯେଉଁଠି ସବୁ ମନ୍ଦିର ଅଛି, ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ସମୟରେ ପ୍ରଚୁର ଅନୁଦାନ ଦିଆଯାଇଥିଲା। ଓଡ଼ିଆ ବିଶ୍ଵବିଦ୍ୟାଳୟ କରାଗଲା। ତେଣୁ ଏହି ଅସ୍ମିତାର ବ୍ୟାଖ୍ୟା କଣ ସରକାର ଉତ୍ତର ରଖିବା କଥା ବୋଲି କହିଛନ୍ତି ଅରୁଣ ସାହୁ। ସେପଟେ ଅରୁଣ ପ୍ରଶ୍ନରେ ଜବାବ ରଖିଛନ୍ତି ମନ୍ତ୍ରୀ ସୂର୍ଯ୍ଯବଂଶୀ ସୂରଜ। କହିଛନ୍ତି, ବିଧାୟକ ଅରୁଣ ସାହୁଙ୍କ ମୋ ଠାରୁ ଅଧିକ ଜ୍ଞାନ ଓ ଅଭିଜ୍ଞତା ରହିଛି। ଓଡ଼ିଆ ଅସ୍ମିତାକୁ ଯଦି ବ୍ୟାଖ୍ୟା କରିବା, ଏହା କେବଳ କାଗଜରେ ଲେଖିବା ସମ୍ଭବ ନୁହେଁ। ଓଡ଼ିଆ ଭାଷା ଓ ସଂସ୍କୃତିରେ ରହିବା ହେଉଛି ଓଡ଼ିଆ ଅସ୍ମିତା। ଭବିଷ୍ୟତ ଖୋଜିବା ଏହି ଅସ୍ମିତା। ଅସ୍ମିତା ଆଧାରରେ ସରକାର ଗଠନ ହୋଇଛି। ଏହା ରାଜନୈତିକ ପ୍ରସଙ୍ଗ ନୁହଁ। ପ୍ରତି ଓଡ଼ିଆର ଭାବାବେଗ ସହ ଏହା ଜଡିତ। ଅସ୍ମିତା ସଂକୁଚିତ ବିଷୟ ବସ୍ତୁ ନୁହେଁ। ଅସ୍ତିତ୍ୱ ପ୍ରଦର୍ଶନ କରିବା ହିଁ ଅସ୍ମିତା ବୋଲି କହିଛନ୍ତି ମନ୍ତ୍ରୀ।

 

ନଜର ପକାନ୍ତୁ