ଆସନ୍ତା ୧୪ରେ ଲଞ୍ଚ ହେବ ଇସ୍ରୋର ‘ଚନ୍ଦ୍ରୟାନ-୩’, ରଙ୍ଗୋଲିରେ ‘ଚନ୍ଦ୍ରୟାନ-୩’ ଶୁଭେଚ୍ଛା

1 min read

ନନ୍ଦିଘୋଷ ବ୍ୟୁରୋ:  ଜୁଲାଇ ୧୪ରେ ଲଞ୍ଚ ହେବ ଇସ୍ରୋର ଚନ୍ଦ୍ରୟାନ-୩ ।  ଅପରାହ୍ନ ୨ଟା ୩୫ରେ ହେବ ଉତକ୍ଷେପଣ । ଉତକ୍ଷେପଣ ପାଇଁ ଜୋରଦାର ପ୍ରସ୍ତୁତି କରାଯାଉଛି । ଏପଟେ କିନ୍ତୁ ଗୁଜରାଟ ସୁରଟରେ ଲୋକ ସଚେତନତା ପାଇଁ ହୋଇଛି ରଙ୍ଗୋଲି । ୨୪ ଘଣ୍ଟାରେ ୯୧ ଫୁଟର ଚନ୍ଦ୍ରାୟନ ୩ ଯାନର ରଙ୍ଗୋଲି ବନାଇଛନ୍ତି କଳାକାର । ୧୨ରୁ ୧୩ ରଙ୍ଗକୁ ବିଭିନ୍ନ ସେଡ୍ ଦେଇ ତିଆରି ହୋଇଛି ସୁନ୍ଦର ଓ ଆକର୍ଷଣୀୟ ଥ୍ରୀଡି ରଙ୍ଗୋଲି । ଏକ ସ୍କୁଲରେ ସୁରଟର କିଛି କଳାକାର ଏହି ପେଣ୍ଟିଂ ବନାଇଛନ୍ତି । ଯାହା ଅବିକଳ ଚନ୍ଦ୍ରାୟନ-୩ ପରି ଦିଶୁଛି ।

ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରେ ଚନ୍ଦ୍ରୟାନ-୩ ଉତକ୍ଷେପଣ ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି । ୨୦୦୮-୦୯ରେ ଚନ୍ଦ୍ରୟାନ-୧ ହୋଇଥିବା ବେଳେ ଚନ୍ଦ୍ର ପୃଷ୍ଠରେ ଜଳର ସନ୍ଧାନ ମିଳିଥିଲା। ୨୦୧୯ ଅଗଷ୍ଟରେ ହୋଇଥିବା ଚନ୍ଦ୍ରୟାନ-୨ ବିଫଳ ହୋଇଥିଲା ।  ମାତ୍ର ଚନ୍ଦ୍ରୟାନ-୨ରେ ଚନ୍ଦ୍ର ପୃଷ୍ଠକୁ ପଠାଯାଇଥିବା ଅର୍ବିଟର ଏବେ ବି ସଫଳତାର ସହ କାର୍ଯ୍ୟ କରୁଛି ।