ସୁପ୍ରିମକୋର୍ଟଙ୍କ ମନ୍ତବ୍ୟ : ନାଗରିକଙ୍କ ମୌଳିକ ଅଧିକାର କ୍ଷୁର୍ଣ୍ଣ କରୁଥିଲା ୩୫A

1 min read

ନୂଆଦିଲ୍ଲୀ : ଧାରା ୩୭୦ର ଅନୁଛେଦ ୩୫ଏ ଅଧିନରେ ଜମ୍ମୁ-କାଶ୍ମୀର ନାଗରିକଙ୍କୁ ବିଶେଷ ଅଧିକାର ମିଳିଥିଲା । କିନ୍ତୁ ଏହି ଧାରା କାରଣରୁ ଦେଶର ବାକି ନାଗରିକ ତିନି ମୌଳିକ ଅଧିକାରରୁ ବଂଚିତ ହୋଇଥିଲେ । ଏହି ଅନୁଛେଦ କାରଣରୁ ଅନ୍ୟ ରାଜ୍ୟର ଲୋକ କାଶ୍ମୀରରେ ଚାକିରି,ଜମି କିଣିବା ଓ ରହିବାର ଅଧିକାରରୁ ବଂଚିତ ହୋଇଥିଲେ । ଏଭଳି ଟିପ୍ପଣୀ କରିଛନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୁଡ଼ ।

ଧାରା ୩୭୦ ଉଚ୍ଛେଦକୁ ନେଇ କେନ୍ଦ୍ର ସରକାର ନେଇଥିବା ନିଷ୍ପତି ଉପରେ ଆଜି ଖୁସି ହୋଇଥିବେ । କାରଣ ଏକ ଡଜନରୁ ଅଧିକ ଆବେଦନ ଉପରେ ଶୁଣାଣି କରି ପ୍ରଧାନ ବିଚାରପତି ଉପରୋକ୍ତ ମନ୍ତବ୍ଯ ଦେଇଛନ୍ତି । ଯାହା ଧାରା ୩୭୦ ଉଛେଦର ଆବଶ୍ଯକତା ଓ ଗୁରୁତ୍ୱ କଥା କହୁଛି । ୨୮ ଅଗଷ୍ଟରେ ପ୍ରଧାନ ବିଚାରପତି D.Y ଚନ୍ଦ୍ରଚୁଡ଼ ଶୁଣାଣି କାଳରେ କହିଥିଲେ ଯେ, ସମ୍ବିଧାନର ଅନୁଛେଦ ୩୫ଏ ଜମ୍ମୁକାଶ୍ମୀର ବାସିନ୍ଦାଙ୍କୁ କିଛି ମୁଖ୍ଯ ସାମ୍ବିଧାନିକ ଅଧିକାର ଦେଇଥିଲା । କିନ୍ତୁ ଏହି ଅନୁଛେଦ ମଧ୍ଯ ଅନ୍ଯ ରାଜ୍ଯରୁ ଆସି ସେଠାରେ ରହୁଥିବା ଲୋକଙ୍କୁ କିଛି ଅଧିକାରରୁ ବଞ୍ଚିତ କରିଥିଲା । ସେ କହିଥିଲେ ଯେ, ସମାନ ଅବସର,ରାଜ୍ଯ ସରକାରରେ ଚାକିରି ଓ ଜମି କିଣିବା ଭଳି ଅଧିକାରରୁ ଏହି ଅନୁଛେଦ ବଞ୍ଚିତ କରୁଥିଲା,କାରଣ(ଜମ୍ମୁ-କାଶ୍ମୀର) ନିବାସୀଙ୍କ ପାଖରେ ଏହି ବିଶେଷ ଅଧିକାର ଅଥିଲା ଓ ଅଣ-କାଶ୍ମୀରୀଙ୍କୁ ଏଥିରୁ ବାହାରେ ରଖା ଯାଇଥିଲା । ଭାରତୀୟ ସମ୍ବିଧାନ ଜମ୍ମୁ-କାଶ୍ମୀରର ରାଜ୍ଯ ସମ୍ବିଧାନଠାରୁ ଅଧିକ ମହତ୍ୱ ରଖେ ବୋଲି ଭାରତ ସରକାରଙ୍କ ମତ ସହିତ ପ୍ରଧାନ ବିଚାରପତି ସହମତ ହୋଇଥିଲେ ।
ସୁପ୍ରିମ କୋର୍ଟ ଏହା ମାନିଛନ୍ତି ଯେ, ଜାମ୍ମୁ-କାଶ୍ମୀର ନାଗରିକଙ୍କୁ ଧାରା ୩୭୦ର ଅନୁଛେଦ ୩୫ ଏ ଅଧିନରେ ବିଶେଷ ଅଧିକାର ମିଳିଥିଲା । ଯେଉଁଥିପାଇଁ ଦେଶର ବାକି ନାଗରିକ ମୁଳ ଅଧିକାରରୁ ବଂଚିତ ଥିଲେ । ୩୫ ଏ’ ନାଗରିକଙ୍କ ମୂଳ ଅଧିକାର ଛଡାଇ ନେଇଥିଲା ।

ସରକାରଙ୍କ ପକ୍ଷ
ସର୍ବୋଚ୍ଚ ଅଦାଲତରେ ସରକାରଙ୍କ ପକ୍ଷ ଥିଲା ଯେ, ଧାରା ୩୭୦ ଉଛେଦ ନହେବ ପର୍ଯ୍ଯନ୍ତ କାଶ୍ମୀର ନାଗରିକଙ୍କୁ ସରକାରଙ୍କ ଜନକଲ୍ଯାଣ କାର୍ଯ୍ୟକ୍ରମର ଲାଭ ମିଳୁନଥିଲା । କେନ୍ଦ୍ରର ଅନେକ ଆଇନ ଧାରା ୩୭୦ ପାଇଁ କାଶ୍ମୀରରେ ଲାଗୁ ହୋଇ ପାରୁନଥିଲା । ଉଦାହରଣ ଭାବେ କେନ୍ଦ୍ର ସରକାରଙ୍କ ଓକିଲ ଶିକ୍ଷା ଅଧିକାର ପ୍ରସଙ୍ଗ ଉଠାଇଥିଲେ । ସମ୍ବିଧାନରେ ଶିକ୍ଷା ଅଧିକାର ଯୋଡ଼ା ଯାଇଥିବା ବେଳେ ଧାରା ୩୭୦ କାରଣରୁ କାଶ୍ମୀରେର ଏହା ଲାଗୁ ହୋଇ ପାରୁନଥିଲା ।

ପୁଲୱାମା ଆକ୍ରମଣ ପରେ ଧାରା ଉଛେଦ ପାଇଁ ଚିନ୍ତା
୨୦୧୯ ଫେବ୍ରୁଆରି ମାସରେ ହୋଇଥିବା ପୁଲୱାମା ଆକ୍ରମଣ ପରେ କେନ୍ଦ୍ର ସରକାର ସମ୍ବିଧାନର ଧାରା ୩୭୦ ଉଛେଦ ପାଇଁ ବିଚାର କରିଥିଲେ ବୋଲି ସରକାରଙ୍କ ଓକିଲ ତୁଷାର ମେହେଟା ସର୍ବୋଚ୍ଚ ଅଦାଲତଙ୍କୁ କହିଥିଲେ । ସୁଚନାଯୋଗ୍ଯ ଯେ, ସେହି ଆକ୍ରମଣରେ ସିଆରପିଏଫର ୪୦ ଜଣ ଯବାନ ପ୍ରାଣ ହରାଇଥିଲେ । ଏହି ଆକ୍ରମଣର ଗମ୍ଭୀରତକୁ ଦେଖି ସରକାର ଧାରା ୩୭୦ ଉଛେଦ କରି ଜମ୍ମୁ-କାଶ୍ମୀରକୁ ଦେଶର ମୁଖ୍ଯଧାରାରେ ସାମିଲ କରିବାକୁ ଚିନ୍ତା କରିଥିଲେ ବୋଲି ସେ ଅଦାଲତରେ କହିଥିଲେ ।