ସାମୟିକ କଳା ଓ କ୍ରୀଡା ଶିକ୍ଷକଙ୍କ ପାରିଶ୍ରମିକ ୧୦ ହଜାର ଟଙ୍କା ବୃଦ୍ଧି
1 min readଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା । ସାମୟିକ କଳା ଓ କ୍ରୀଡା ଶିକ୍ଷକଙ୍କ ପାରିଶ୍ରମିକ ୧୦ ହଜାର ଟଙ୍କା ବୃଦ୍ଧି ନେଇ ଘୋଷଣା କଲେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । ମହିଳା କଳା ଓ କ୍ରୀଡା ପ୍ରଶିକ୍ଷକମାନଙ୍କୁ ମିଳିବ ମାତୃତ୍ବ ଛୁଟି । ରାଜ୍ୟର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ନିୟୋଜିତ ସାମୟିକ କଳା ଓ କ୍ରୀଡା ପ୍ରଶିକ୍ଷକଙ୍କ ମାସିକ ପାରିଶ୍ରମିକକୁ ରାଜ୍ୟ ସରକାର ସାତ ହଜାର ଟଙ୍କାରୁ ଦଶ ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି ।
ଏଣିକି ସେମାନଙ୍କ ମାସିକ ପାରିଶ୍ରମିକ ବର୍ଷକୁ ୧୦ ମାସ ପରିବର୍ତ୍ତେ ପୂରା ୧୨ ମାସ ପାଇଁ ପାଇବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ମାସିକ ୨୪ଟି ପରିୟଡ ପରିବର୍ତ୍ତେ ୩୦ଟି ପିରିୟଡରେ ଶିକ୍ଷା ପ୍ରଦାନ କରିବେ। ଏହାସହିତ ଅନ୍ୟ ସରକାରୀ କର୍ମଚାରୀଙ୍କ ପରି ମହିଳା କଳା ଓ କ୍ରୀଡା ପ୍ରଶିକ୍ଷକମାନେ ଆବଶ୍ୟକସ୍ଥଳେ ମାତୃତ୍ବ ଛୁଟି ମଧ୍ୟ ପାଇପାରିବେ।
5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ଅବସରରେ ସେମାନେ ଅସୁବିଧା ସଂପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ । ଏହାପରେ ମୁଖ୍ଯମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି । ସରକାରଙ୍କ ଏହି ନିଷ୍ପତ୍ତି ଦ୍ବାରା ୪ ହଜାର ୬୦୫ ଜଣ କଳା ଶିକ୍ଷକ-ଶିକ୍ଷୟିତ୍ରୀ ଉପକୃତ ହେବେ। ରାଜ୍ୟର କେତେକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପିଲାମାନଙ୍କ କଳା ଓ ଶାରୀ