ଆତ୍ମହତ୍ୟା କଲେ ଯୋଦ୍ଧା ଆକବରର ଆର୍ଟ ଡାଇରେକ୍ଟର ନୀତିନ ଦେଶାଇ

ମୁମ୍ବାଇ: ଜଣାଶୁଣା ପ୍ରତକ୍ସନ ଡିଜାଇନର ନୀତିନ ଦେଶାଇ ଆତ୍ମହତ୍ୟା କରିଛନ୍ତି । ପ୍ରାରମ୍ଭିକ ତଦନ୍ତରୁ ସେ ଡିପ୍ରେସନରେ ପୀଡିତ ଥିବା ଜଣାପଡିଛି  । ତେବେ ତାଙ୍କ ଆତ୍ମହତ୍ୟାର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡି ନାହିଁ  । ନୀତିନଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛି ବଲିଉଡ  । ୫୮ ବର୍ଷ ବୟସରେ ନୀତିନ ଦୁନିଆକୁ ଅଲବିଦା କହି ଦେଇଛନ୍ତି  । ମୁମ୍ବାଇ ନିକଟରେ ଥିବା କରଜାତରେ ଥିବା ନିଜ ଷ୍ଟୁଡିଓରେ ସେ ଆତ୍ମହତ୍ୟା କରିଛନ୍ତି  ।

ଅଭିନେତା, ଫିଲ୍ମ ମେକର, ଆର୍ଟ ଡିଜାଇନର, ସେଟ ଡିଜାଇନର ଓ ପ୍ରଡକ୍ସନ ଡିଜାଇନର ରୂପେ ସେ ଜଣାଶୁଣା  । ଫିଲ୍ମରେ କାମ କରିବା ସହ ଏନଡି ଷ୍ଟୁଡିଓର ସ୍ଥାପନା କରିଥିଲେ ନୀତିନ ଦେଶାଇ  । ଚାରି ଥର ନ୍ୟାସନାଲ ଆୱାର୍ଡରେ ସେ ସମ୍ମାନିତ ହୋଇଛନ୍ତି  ।

ନିର୍ଦ୍ଦେଶକ ଭାବେ ସେ ଇଣ୍ଡଷ୍ଟ୍ରିରେ ୨୦ ବର୍ଷ ବିତାଇଛନ୍ତି  । ବିଧୁ ବିନୋଦ ଚୋପ୍ରା, ରାଜକୁମାର ଇରାନୀ, ସଞ୍ଜୟ ଲୀଲା ବଂଶାଲୀଙ୍କ ଠୁ ନେଇ ଆଶୁତୋଷ ଗ୍ବାରେକରଙ୍କ ଭଳି ଲୋକପ୍ରିୟ ନିର୍ଦ୍ଦେଶକଙ୍କ ସହ ସେ କାମ କରି ସାରିଛନ୍ତି  ।

ହମ ସବ ଏକ ହୈ, ଦାଉଦ, ଫନ ଅନ ଦ ରନ୍‌ ଓ ହେଲୋ ଜୟ ହିନ୍ଦ ଭଳି ଫିଲ୍ମରେ ବି ଅଭିନୟ କରିଛନ୍ତି  । ୨୦୧୧ରେ ସେ ହେଲୋ ଜୟ ହିନ୍ଦ ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ   । ଏହା ସହ ୨୦୧୨ରେ ମରାଠି ଫିଲ୍ମ ଅର୍ଜିଥାର ବି ସେ ନିର୍ଦ୍ଦେଶନା ଦେଇଛନ୍ତି  ।