ଏହି କାରଣରୁ ଋଷି କପୁର ଓ ନିତୁ ସିଂଙ୍କ ମିଳନ ଘଟିଥିଲା ? ଅର୍ଶଦ ୱାର୍ସି କହିଲେ ଏମିତି

ମୁମ୍ବାଇ: ଫିଲ୍ମ ଆନିମଲ ମୁକ୍ତିଲାଭ କରିବାର କିଛି ଦିନ ମଧ୍ୟରେ ଚଳଚ୍ଚିତ୍ରଟି ପ୍ରତିଦିନ ନୂଆ ରେକର୍ଡ ସୃଷ୍ଟି କରୁଛି । ସୋସିଆଲ ମିଡିଆରେ ଏହି ଫିଲ୍ମ ବିଷୟରେ ଅନେକ ଗୁଜବ ସୃଷ୍ଟି ହୋଇଛି। ଫିଲ୍ମ ବିଷୟରେ ଅନେକ ତାରକାଙ୍କ ପ୍ରତିକ୍ରିୟା ମଧ୍ୟ ସାମନାକୁ ଆସୁଛି  । ଏବେ ଏହି ତାଲିକାରେ ସାମିଲ ହୋଇଛନ୍ତି ଅର୍ଶଦ ୱାର୍ସି। ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ସେ ଫିଲ୍ମର ପ୍ରଶଂସା କରିଛନ୍ତି।

ସୋସିଆଲ ମିଡିଆ ସାଇଟ୍ ଏକ୍ସ (ପୂର୍ବରୁ ଟ୍ୱିଟର) ରେ ଅର୍ଶଦ ୱାର୍ସି ଏକ ପୋଷ୍ଟ ଲେଖିଛନ୍ତି। ଏହି ପୋଷ୍ଟରେ ଅର୍ଶଦ ୱାର୍ସି ଫିଲ୍ମ ‘ଆନିମଲ’ ଏବଂ ଏହାର ଅଭିନେତାମାନଙ୍କୁ ପ୍ରଶଂସା କରିଥିଲେ। ଏହା ସହିତ ସେ ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ରଣବୀର କପୁରଙ୍କ ବିଷୟରେ ମଧ୍ୟ କିଛି ବଡ କଥା କହିଛନ୍ତି। ଅର୍ଶଦ ଲେଖିଛନ୍ତି, “ମୁଁ ଭାବୁଛି ଋଷି କପୁର ଜୀ ଏବଂ ନୀତୁ କପୁର ଜୀଙ୍କ ସାକ୍ଷାତ ଏଥିପାଇଁ ଘଟିଥିଲା ​ଯେ, ଦୁନିଆକୁ ରଣବୀର କପୁରଙ୍କ ଆବଶ୍ୟକ ଥିଲା।” ଏହା ସହିତ ସେ ବବି ଦେଓଲ, ରଶ୍ମିକା ମନ୍ଦନା, ଅନିଲ କପୁରଙ୍କ ସମେତ ଆନିମଲ୍‌ ଟିମ୍‌କୁ ପ୍ରଶଂସା କରିଛନ୍ତି  । ସନ୍ଦୀପ ଭଙ୍ଗା ରେଡ୍ଡୀଙ୍କ ଫିଲ୍ମକୁ ମାଷ୍ଟରପିସ୍ ବୋଲି ଅର୍ଶଦ ୱାର୍ସି କହିଛନ୍ତି।

ତେଲୁଗୁ ବ୍ଲକବଷ୍ଟର ଅର୍ଜୁନ ରେଡ୍ଡୀ ଏବଂ ହିନ୍ଦୀ ରିମେକ କବୀର ସିଂଙ୍କ ପରେ ଏହା ସନ୍ଦୀପ ରେଡ୍ଡୀ ଭଙ୍ଗାଙ୍କର ତୃତୀୟ ଚଳଚ୍ଚିତ୍ର  । ଫିଲ୍ମରେ ରଣବୀର କପୁରଙ୍କ ଲୁକ୍ ଏବଂ ଆକ୍ସନକୁ ଦର୍ଶକ ବେଶ ପସନ୍ଦ କରୁଛନ୍ତି । ଆହୁରି ମଧ୍ୟ, ବବି ଦେଓଲଙ୍କ ଅଭିନୟକୁ ପ୍ରଶଂସା କରିଛନ୍ତି ଦର୍ଶକ  ।

ପାଖାପାଖି ୫୦୦ କୋଟି

ଯଦିଓ ଫିଲ୍ମ ବିବାଦରେ ଅଛି ଭଲ ରୋଜଗାର ବି କରୁଛି । ଡିସେମ୍ବର 1 ରେ ରିଲିଜ ଆନିମଲ୍‌  କ୍ରମାଗତ ଭାବରେ ବକ୍ସ ଅଫିସରେ ନୂଆ ରେକର୍ଡ ସୃଷ୍ଟି କରୁଛି  । ଏହି ଚଳଚ୍ଚିତ୍ର ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ ପ୍ରାୟ 292.6 କୋଟି ଟଙ୍କା ବ୍ୟବସାୟ କରିଛି  । ଏହା ସହିତ ଏହି ଚଳଚ୍ଚିତ୍ର ସାରା ବିଶ୍ୱରେ ପାଖାପାଖି ୫୦୦ କୋଟିରେ ପହଞ୍ଚିଛି।