ଶ୍ବଶୁରଙ୍କ ମଇଁଷି ଉପହାରକୁ ନେଇ ଏମିତି କହିଲେ ଅରଶଦ

1 min read

ନନ୍ଦିଘୋଷ ବ୍ୟୁରୋ :  ପ୍ୟାରିସ ଅଲମ୍ପିକ୍ସ ୨୦୨୪ରେ ପୁରୁଷ ଜାଭେଲିନ୍ ଥ୍ରୋ ପ୍ରତିଯୋଗିତାରେ ପାକିସ୍ତାନର ଆରଶଦ ନଦୀମ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କରିଥିଲେ । ଅରଶଦ ୪୦ ବର୍ଷ ପରେ ଅଲମ୍ପିକ୍ସରେ ପାକିସ୍ତାନକୁ ପଦକ ଦେଇଥିଲେ । ଯାହା ପରେ ଆରଶଦଙ୍କୁ ଶୁଭେଚ୍ଛାର ସୁଅ ଛୁଟିଥିଲା ।  ଅନ୍ୟପକ୍ଷରେ, ଆରଶଦଙ୍କୁ ବହୁ ଜଣ ଉପହାର ଦେଉଛନ୍ତି । ଏ ସବୁ ମଧ୍ୟରେ ଶ୍ବଶୁରଙ୍କ ଦ୍ୱାରା ଅରଶଦଙ୍କୁ ଦିଆଯାଇଥିବା ଉପହାର ସବୁଠୁ ଚର୍ଚ୍ଚିତ ବିଷୟ ହୋଇଛି। ସ୍ୱର୍ଣ୍ଣ ପଦକ ଜିତିବା ପରେ ଅରଶଦଙ୍କୁ ତାଙ୍କ ଶ୍ୱଶୁର ଏକ ବିଶେଷ ଉପହାର ଦେଇଥିଲେ ।

ବାସ୍ତବରେ ଅରଶଦ ନଦୀମଙ୍କ ଶ୍ୱଶୁର ମହମ୍ମଦ ନୱାଜ ତାଙ୍କୁ ଉପହାର ରୂପେ ଏକ ମଇଁଷି ଦେଇଥିଲେ | ତାଙ୍କ ଉପହାର ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚା ହୋଇଥିଲା  । ଏହା ପରେ ଅରଶଦ ତାଙ୍କ ଶ୍ୱଶୁର ଦେଇଥିବା ମଇଁଷି ବିଷୟରେ ଏକ ସାକ୍ଷାତକାରରେ କହିଥିଲେ, ମୋ ପତ୍ନୀ କହିଛନ୍ତି ଯେ,ତାଙ୍କ ବାପା ଏହି ମଇଁଷିକୁ ଉପହାର ଦେଇଛନ୍ତି। ମୁଁ କହିଲି ସେମାନେ ମୋତେ ୫-୬ ଏକର ଜମି ଦେଇଥାନ୍ତେ  । ଏହା ପରେ ସାମ୍ବାଦିକ ମଧ୍ୟ ହସୁଥିବାର ଦେଖିବାକୁ ମିଳିଥିଲା। ଅରଶଦଙ୍କ ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି। ଏହି ଭିଡିଓରେ ଅରଶଦ ଏବଂ ତାଙ୍କ ପତ୍ନୀ ମଧ୍ୟ ନଜର ଆସିଛନ୍ତି।