spot_img

Latest Posts

ଦୁର୍ବୃତ୍ତ ମାନଙ୍କୁ ଗୋଡ଼ାଇ ଧରୁଛି ଓଡ଼ିଶା ପୋଲିସର ସ୍ପେଶାଲ ଡ୍ରାଇଭ୍, ୧୦ଦିନରେ ଗିରଫ ହେଲେଣି ୩,୪୮୮ ୱାରେଣ୍ଟି

ଭୁବନେଶ୍ୱର: ରାଜ୍ୟରେ ଦୁର୍ବୃତ ମାନଙ୍କର ଆତଙ୍କ ବଢ଼ି ଚାଲିଥିବା ବେଳେ ଓଡ଼ିଶା ପୋଲିସ୍‌ ମଧ୍ୟ ସେମାନଙ୍କ ବିରୁଦ୍ଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ଦୁର୍ବୃତ୍ତ ମାନଙ୍କୁ ଗୋଡ଼ାଇ ଧରୁଛି ଓଡ଼ିଶା ପୋଲିସର ସ୍ପେଶାଲ ଡ୍ରାଇଭ୍। ୧୦ଦିନରେ ଗିରଫ ହେଲେଣି ୩ ହଜାର ୪୮୮ ୱାରେଣ୍ଟି। ଖାଲି ସେତିକି ନୁହେଁ ଫେରାର ୩ ହଜାର ୪୮୮ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରିଛି ଓଡ଼ିଶା ପୋଲିସ। ନଭେମ୍ବର ୫ରୁ ୧୪ ଯାଏ ଏହି ସ୍ପେଶାଲ ଡ୍ରାଇଭ ହୋଇଥିଲା। ଗିରଫଙ୍କ ମଧ୍ୟରେ ୨ ହଜାର ୩୯୨ଜଣଙ୍କ ନାଁରେ ୱାରେଣ୍ଟ ଜାରି ହୋଇଥିଲା। ତେବେ ୪୦୦ ଜଣଙ୍କ ବିରୋଧରେ ଚାଲିଥିଲା ଶୁଣାଣି। ଅନ୍ୟ ୬୯୬ ଜଣଙ୍କ ବିରୋଧରେ କୋର୍ଟରେ ମାମଲା ବିଚାରାଧୀନ ଥିଲା। ସେପଟେ ବାଲେଶ୍ୱର ଜିଲ୍ଲାରେ ସର୍ବାଧିକ ୫୯୨ଜଣ ଫେରାର ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ବୋଲି ଡିଜିପି ଅଭୟ କହିଛନ୍ତି। ସେହିପରି ଗଞ୍ଜାମରୁ ୫୫୧ ଓ ଖୋର୍ଦ୍ଧାରୁ ୫୧୬ ଜଣଙ୍କୁ ଗିରଫ କରାଯାଇଛି। ଏଥିପାଇଁ ସବୁ ଏସପିଙ୍କୁ ପୋଲିସ ଡିଜି ଅଭୟ ପ୍ରଶଂସା କରିଛନ୍ତି।

Latest Posts

Don't Miss