ପାକିସ୍ତାନ ପ୍ରେମ ପଡ଼ିଲା ମହଙ୍ଗା; ଦେଶଦ୍ରୋହ ମାମଲା , ଖୋଜି ଖୋଜି ବାନ୍ଧୁଛି ପୋଲିସ

1 min read

ଲକ୍ଷ୍ନୌ: ଭାରି ପଡ଼ିଲା ପାକିସ୍ତାନ ପ୍ରେମ । ଉତ୍ତରପ୍ରଦେଶଠାରୁ ରାଜସ୍ଥାନ ପର୍ଯ୍ୟନ୍ତ ମହଙ୍ଗା ପଡ଼ିଲା ପାକିସ୍ତାନ ପ୍ରେମ । ଚଳିତ ଟି-୨୦ ବିଶ୍ବକପରେ ଭାରତ ପାକିସ୍ତାନଠାରୁ ୧୦ ଓ୍ବିକେଟରେ ପରାସ୍ତ ହେବା ପରେ ଦେଶର ବିଭିନ୍ନ ସ୍ଥାନରେ କିଛି ଲୋକ ପାକିସ୍ତାନ ପ୍ରତି ଥିବା ପ୍ରେମ ବ୍ୟକ୍ତ କରିଛନ୍ତି । ଏହି ମାମଲାରେ ଲଗାତାର ଭାବରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଉଛି । ଉତ୍ତରପ୍ରଦେଶର ବାଦାଉନରେ ପାକିସ୍ତାନର ପତାକାକୁ  ସୋସିଆଲ ମିଡିଆରେ ଷ୍ଟାଟାସ୍ ରଖିଥିଲେ । ଯେଉଁଥି ପାଇଁ ତାଙ୍କ ବିରୋଧରେ ଦେଶଦ୍ରାହୀ ମାମଲା ରୁଜୁ ହୋଇଛି । ସେହିପରି ଭାବରେ ରାଜସ୍ଥାନର ଯୋଧପୁରରେ ଜଣେ ଯୁବକଙ୍କର ପାକିସ୍ତାନ ପ୍ରତି ଥିବା ପ୍ରେମ ମହଙ୍ଗା ପଡ଼ିଛି । ଟି-୨୦  ବିଶ୍ବକପରେ ଭାରତକୁ ପାକିସ୍ତାନ ପରାସ୍ତ କରିବା ପରେ ଭାରତକୁ  ଭାରତକୁ ପାକିସ୍ତାନ କରାଯିବ ବୋଲି  ଲେଖିବାରୁ ତାଙ୍କୁ ଜେଲକୁ ପଠାଯାଇଛି ।

ବାସ୍ତବରେ ରାଜସ୍ଥାନର ଯୋଧପୁରର ପିପାଦ ସହରରେ ରହୁଥିବା ଜଣେ  ଯୁବକ  ଅବଦୁଲ ରସିଦ ଟି-୨୦ ବିଶ୍ବକପରେ ପାକିସ୍ତାନ ଭାରତକୁ ପରାସ୍ତ କରିବା ପରେ ଖୁସି ବ୍ୟକ୍ତ କରିଥିଲେ । ତେବେ ଏହି ଘଟଣା ପରେ ସାଧାରଣ ଲୋକ ତାଙ୍କୁ ଏପରି ମନ୍ତବ୍ୟ ବିଷୟରେ ପଚାରିବାରୁ  ସେ କହିଥିଲେ କି ପାକିସ୍ତାନର ବିଜୟରେ ସେ ବହୁତ ଖୁସି ଅଛନ୍ତି ଏବଂ ଭାରତକୁ ପାକିସ୍ତାନ କରାଯିବ ବୋଲି ସେ ଉତ୍ତର ମଧ୍ୟ ଦେଇଥିଲେ । ତେବେ ଏହି ପୋଷ୍ଟ ଭାଇରାଲ ହେବା ପରେ ସ୍ଥାନୀୟ ଲୋକ ଅବଦୁଲଙ୍କୁ ଗିରଫ କରିବା ପାଇଁ ଦାବି କରିଥିଲେ । ଏହା ପରେ ପୋଲିସ୍ ତାଙ୍କୁ ଗିରଫ କରିଥିଲା ।

 

ତେବେ ଏହା ପୂବର୍ରୁ ପାକିସ୍ତାନ କ୍ରିକେଟ ଦଳକୁ ସମର୍ଥନ କରୁଥିବା ଶିକ୍ଷକ ନାଫିସା ଅଟାରୀଙ୍କ ରାଜସ୍ଥାନର ଉଦୟପୁରରୁ ଗିରଫ କରାଯାଇଥିଲା । ଉଦୟପୁରର ଖେଲଗାଓଁର ନୀରଜା ମୋଦୀ ବିଦ୍ୟାଳୟର ଶିକ୍ଷକ ନାଫିସା ଅଟାରୀ ରବିବାର ପାକିସ୍ତାନକୁ ସମଥର୍ନ କରି ପାକିସ୍ତାନର ବିଜୟ ପରେ ଆମେ ଜିତିଛୁ ବୋଲି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଏହି ପୋଷ୍ଟର ସ୍କ୍ରିନସଟ୍ ଭାଇରାଲ ହେବା ପରେ ସ୍କୁଲ ମ୍ୟାନେଜମେଣ୍ଟ ତୁରନ୍ତ ଅଭିଯୁକ୍ତ ଶିକ୍ଷକଙ୍କୁ ସ୍କୁଲରୁ ବାହାର କରିଥିଲେ । ଏବଂ ପରେ ପୋଲିସ ମଧ୍ୟ ତାଙ୍କୁ ଗିରଫ କରିଥିଲା ।

ଉତ୍ତରପ୍ରଦେଶର ବରେଲିରେ ସୋସିଆଲ ମିଡିଆରେ ପାକିସ୍ତାନର ସମର୍ଥନରେ ପୋଷ୍ଟ କରିଥିବା ଦୁଇ ଜଣଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି । ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଜେଲର ଗାର୍ଡ ।  ଏହା ବ୍ୟତୀତ ଆୟାନ ଖାନଙ୍କ ବିରୋଧରେ ଭାରତୀୟ ଦଳର ଅପବ୍ୟବହାର ତଥା ପାକିସ୍ତାନକୁ ସମର୍ଥନ କରିଥିବାରୁ ଦେଶଦ୍ରୋହ ମାମଲା ରୁଜୁ ହୋଇଛି ।

Leave a Reply