କରୋନା ମାଡ଼, ରାଜ୍ୟରେ ବନ୍ଦ ହେଲା ୮୦% ବସ୍
ଭୁବନେଶ୍ୱର: ଘରୋଇ ବସ ସେବା ଉପରେ କରୋନା ଚଡକ ପଡିଛି। ଯାହା ଫଳରେ ରାଜ୍ୟରେ ବନ୍ଦ ହୋଇଛି ୮୦ ପ୍ରତିଶତ ବସ । କରୋନା ସଂକ୍ରମଣ ଅଭାବରୁ ବସ୍ ଗୁଡିକରେ ଧିରେ ଧିରେ ଯାତ୍ରୀ ଅଭାବ ପରିଲିକ୍ଷିତ ହେଉଛି । ଯାହା ଫଳରେ ବନ୍ଦ ହୋଇଛି ବସ । ବର୍ତ୍ତମାନ ସୁଦ୍ଧା ୧୨ ହଜାର ବସ ଅଫରୋଡ ହୋଇଛି । ଏବେ ମାତ୍ର ୨୦୦୦ ବସ୍ ଚାଲୁଛି ।
ସୂଚନା ଅନୁଯାୟୀ, ରାଜ୍ୟରେ ସୋମବାର ଠାରୁ ଆଉ କିଛି ବସ ବନ୍ଦ ହେବା ଆଶଙ୍କା ରହିଛି। ଯାତ୍ରୀ ନହେବାରୁ ବ୍ୟବସାୟରେ କ୍ଷତି ହେବାରୁ ମାସ ଆରମ୍ଭରୁ ଅଫରୋଡ କରୁଛନ୍ତି ମାଲିକ । ୫୬ ହଜାର ବସ କର୍ମଚାରୀ ଜୀବିକା ହରାଇଛନ୍ତି । ଏନେଇ ରାଜ୍ୟ ସରକାରଙ୍କୁ ଲିଖିତ ଭାବେ ଜଣାଇଲା ଘରୋଇ ବସ ମାଲିକ ସଂଘ ।
ତେବେ ବସ୍ ମାଲିକ ମାନଙ୍କ କ୍ଷତି ହେଉଥିବାରୁ ଇନ୍ସ୍ୟୁରାନ୍ସ ଏବଂ ଇଏମଆଇ କୋହଳ ପାଇଁ ଦାବି କରିଛନ୍ତି। ବ୍ୟାଙ୍କ ଏବଂ ଜୀବନ ବୀମା କମ୍ପାନୀ ସହ ଆଲୋଚନା କରିବା ପାଇଁ ଅନୁରୋଧ କରିଛନ୍ତି । ଏହା ବ୍ୟତୀତ କେନ୍ଦ୍ର ଅର୍ଥ ମନ୍ତ୍ରୀଙ୍କୁ ମଧ୍ୟ ସଂଘ ଚିଠି ଲେଖିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ଘରୋଇ ବସ ମାଲିକ ସଂଘ ମୁଖପାତ୍ର ଦେବାଶିଷ ନାୟକ।