spot_img

Latest Posts

୧୦ ଟି ବିମାନରେ ବୋମା ଥିବା ଧମକ

ନୂଆଦିଲ୍ଲୀ: ବିମାନରେ ପୁଣି ବୋମା ଥିବା ଧମକ ମିଳିଛି । ଶନିବାର ଦିନ ୧୦ ଟି ବିମାନକୁ ବୋମା ଧମକ ମିଳିଥିଲା । ଯାହା ପରେ ବିମାନ ଚଳାଚଳରେ ବାଧା ସୃଷ୍ଟି ହୋଇଥିଲା ।

ବିଦେଶ ଯାଉଥିବା ବିମାନରେ ପୁଣି ବୋମା ଗୁଜବ। ଦିଲ୍ଲୀରୁ ଲଣ୍ଡନ ଯାଉଥିବା ଭିସ୍ତାରା ବିମାନରେ ବୋମା ଗୁଜବ ପରେ ଫ୍ରାଙ୍କଫର୍ଟ ଏୟାରପୋର୍ଟକୁ ବିମାନର ଗତିପଥ ପରିବର୍ତ୍ତନ କରାଯାଇଥିଲା। ଜର୍ମାନୀ ଫ୍ରାଙ୍କଫର୍ଟରେ ବିମାନର ଯାଞ୍ଚ ପରେ ପୁଣି ଲଣ୍ଡନ ଅଭିମୁଖେ ଯାତ୍ରା କରିଥିଲା ଏହି ବିମାନ। ଫ୍ରାଙ୍କଫର୍ଟ ବିମାନରେ ଭିସ୍ତାରା ବିମାନ ସୁରକ୍ଷିତ ଅବତରଣ କରିବା ସହ ପୁଣି ଲଣ୍ଡନ ଯାତ୍ରା କରିଥିବା ନେଇ ଫ୍ରାଙ୍କଫର୍ଟ ଏୟାରପୋର୍ଟ ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଥିଲା।

ସେହିପରି ଦୁବାଇରୁ ଜୟପୁର ଆସୁଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ ଫ୍ଲାଇଟର ଏକ ବିମାନରେ ମଧ୍ୟ ବୋମା ଥିବା ନେଇ ଆସିଥିଲା ଧମକ। ଇମେଲ ଜରିଆରେ ଏହି ଧମକ ଆସିଥିଲା। ବୋମା ଧମକ ପରେ ରାଜସ୍ଥାନ ଜୟପୁର ଏୟାରପୋର୍ଟରେ ଏହି ବିମାନର ଜରୁରୀ ଅବତରଣ କରାଯାଇଥିଲା। ଯାଞ୍ଚ ପରେ ବିମାନରେ କୌଣସି ସନ୍ଦେହଜନକ ସାମଗ୍ରୀ ନଥିବା ଜଣାପଡିଥିଲା। ବିମାନରେ ମୋଟ ୧୮୯ ଜଣ ଯାତ୍ରୀ ଥିଲେ। ରାତି ଗୋଟାଏ ୨୦ ମିନିଟରେ ଏହି ବିମାନ ଜୟପୁରରେ ଅବତରଣ କରିଥିଲା।

ସେହିପରି ବେଙ୍ଗାଳୁରୁରୁ ମୁମ୍ବାଇ ଯାଉଥିବା ଆକାଶା ଏୟାରର ଏକ ବିମାନରେ ମଧ୍ୟ ବୋମା ଥିବା ଗୁଜବ ହୋଇଥିଲା। ବିମାନ ଉଡାଣର କିଛି ସମୟ ପୂର୍ବରୁ ଏହି ଗୁଜବ ହୋଇଥିଲା। ବିମାନର ଯାଞ୍ଚ ପରେ ପୁଣି ଉଡାଣ ଭରିଥିଲା ଏହି ବିମାନ।

Latest Posts

Don't Miss