ବିଭିନ୍ନ ସ୍ଥାନରେ ଦାଏର FIR ବିରୋଧରେ ସୁପ୍ରିମ୍‌କୋର୍ଟ୍‌ଙ୍କ ଦ୍ୱାରସ୍ଥ ହେଲେ ଅର୍ଣ୍ଣବ

1 min read
Arnab Goswami Challenged the fir lodged against him hearing his petition in the supreme court today.

ନୂଆଦିଲ୍ଲୀ: ରିପବ୍ଲିକ୍‌ ଟିଭି ମୁଖ୍ୟ ସଂପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଆକ୍ରମଣ ଘଟଣାକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା । ଅନ୍ୟପଟେ କଂଗ୍ରେସ ପକ୍ଷରୁ ଦେଶରେ ବିଭିନ୍ନ ଥାନାରେ ଅର୍ଣ୍ଣବଙ୍କ ବିରୋଧରେ ଥାନାରେ ଅଭିଯୋଗ । କଂଗ୍ରେସ ପକ୍ଷରୁ କରାଯାଇଥିବା ଅଭିଯୋଗର ସାମ୍ନା କରିବା ପାଇଁ ଅର୍ଣ୍ଣବ ସୁପ୍ରିମ୍‌କୋର୍ଟଙ୍କ ଆଶ୍ରୟ ନେଇଛନ୍ତି । ଅର୍ଣ୍ଣବଙ୍କ ପିଟିସନ୍‌କୁ ନେଇ ଆଜି ସୁପ୍ରିମ୍‌କୋର୍ଟରେ ଶୁଣାଣି କରାଯାଉଛି । ଜଷ୍ଟିସ୍‌ ଡିୱାଇ ଚନ୍ଦ୍ରଚୂଡ଼ ଓ ଜଷ୍ଟିସ୍‌ ଏମ୍ଆର୍‌ ଶାହାଙ୍କ ଦ୍ୱାରା ଗଠିତ ଖଣ୍ଡପୀଠରେ ଏହି ଶୁଣାଣି କରାଯାଉଛି । ଅର୍ଣ୍ଣବ‌ଙ୍କ ଓକିଲ ମୁକୁଲ ରୋହତଗୀଙ୍କ କହିବାନୁଯାୟୀ, ମହାରାଷ୍ଟ୍ର, ଛତିଶଗଡ଼, ରାଜସ୍ଥାନ, ପଞ୍ଚାବ, ତେଲେଙ୍ଗାନା ଓ  ଜାମ୍ମୁ-କାଶ୍ମୀରେ ଅର୍ଣ୍ଣବଙ୍କ ବିରୋଧରେ ଅଭିଯୋଗ ହୋଇଛି । ଏହାସହ ସମସ୍ତ ଅଭିଯୋଗ ପ୍ରାୟ ସମାନ ରହିଛି ।

arnab goswami

 ତେବେ ଏନେଇ କଂଗ୍ରେସ ପକ୍ଷରୁ ନିୟୋଜିତ ବରିଷ୍ଠ ଆଇନ୍‌ଜୀବୀ କପିଲ୍‌ ଶିବ୍ବଲ ନିଜ ପକ୍ଷ ରଖି କହିଛନ୍ତି ଯେ, ତାଙ୍କ ପ୍ରତିପକ୍ଷ ଓକିଲ ଏଭଳି ବୟାନ୍‌ ଦେଇ ସାମ୍ପ୍ରଦାୟିକ ହିଂସାକୁ ପ୍ରୋତ୍ସାହିତ କରୁଛନ୍ତି । ଯଦି ଏଫ୍‌ଆଇଆର୍‌ ରେଜିଷ୍ଟର ହୋଇଛି ତେବେ ଏହାକୁ କିଭଳି ରୋକା ଯାଇପାରିବ ? ଅଭିଯୋଗ ଅନୁଯାୟୀ ତଦନ୍ତ କରାଯିବା ଆବଶ୍ୟକ । ତଦନ୍ତ କରିବାରେ ଅସୁବିଧା କେଉଁଠି ବୋଲି ଆଇନ୍‌ଜୀବୀ କପିଲ୍‌ ଶିବ୍ବଲ ନିଜ ପକ୍ଷ ରଖିଛନ୍ତି ।

ସୂଚନାଯୋଗ୍ୟ ଯେ, କଂଗ୍ରେସ୍‌ ନେତାଙ୍କ ଅଭିଯୋଗ ଅନୁଯାୟୀ, ଅର୍ଣ୍ଣବ ଟିଭିରେ ଡିବେଟ୍‌ କରିବା ବେଳେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ବିରୋଧରେ ଆପତ୍ତିଜନକ ଶବ୍ଦ ବ୍ୟବହାର କରିଥିଲେ । ଏହା ପରେ କଂଗ୍ରେସ ନେତାମାନେ ଦେଶର ବିଭିନ୍ନ ଥାନାରେ ଅର୍ଣ୍ଣବଙ୍କ ନାଁରେ ଅଭିଯୋଗ କରିଛନ୍ତି ।ଅର୍ଣ୍ଣବ ଏହି ଅଭିଯୋଗକୁ ସୁପ୍ରିମ୍‌କୋର୍ଟରେ ଚ୍ୟାଲେଂଜ କରି  ପିଟିସନ୍‌ ଦାଖଲ କରିଛନ୍ତି ।

ଅର୍ଣ୍ଣବ‌ଙ୍କ ଅଭିଯୋଗ, ତାଙ୍କୁ ଆକ୍ରମଣ କରାଯାଇଛି

ଗୁରୁବାର ବିଳମ୍ବିତ ରାତିରେ ଅଫିସ୍‌ରୁ ନିଜ ଘରକୁ ଫେରୁଥିବା ବେଳେ ଦୁଇ ଜଣ ବ୍ୟକ୍ତି ଅର୍ଣ୍ଣବଙ୍କ ଗାଡ଼ିକୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ । ପୋଲିସ ଏହି ଘଟଣାରେ ଦୁଇ ଜଣକୁ ଗିରଫ ମଧ୍ୟ କରିସାରିଛି । ଯେଉଁମାନେ ଅର୍ଣ୍ଣବ ଓ ତାଙ୍କ ପତ୍ନୀଙ୍କ ଗାଡ଼ିକୁ ସିହାୟୀ ଫିଙ୍ଗିଥିଲେ । ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡ଼େକର ଏହି ଘଟଣାକୁ ନିନ୍ଦା କରିଛନ୍ତି । ଅନ୍ୟପଟେ ପ୍ରେସ୍‌ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ ଓ ବ୍ରଡ୍‌କାଷ୍ଟିଂ ଆସୋସିଏସନ୍‌ ମଧ୍ୟ ଏହି ଘଟଣାକୁ ନିନ୍ଦା କରିଛନ୍ତି ।

arnab goswami

କ’ଣ ଥିଲା ବିବାଦ ?

କଂଗ୍ରେସ୍‌ ନେତାଙ୍କ ଅଭିଯୋଗ ଅନୁଯାୟୀ, ରିପବ୍ଲିକ୍‌ ଟିଭିରେ ଡିବେଟ୍‌ କରୁଥିବା ବେଳେ ଅର୍ଣ୍ଣବ‌ ଟିଭିରେ ଡିବେଟ୍‌ କରିବା ବେଳେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ବିରୋଧରେ ଆପତ୍ତିଜନକ ଶବ୍ଦ ବ୍ୟବହାର କରିଥିଲେ । ମହାରାଷ୍ଟ୍ରର ପାଲ୍‌ଘରରେ ଦୁଇ ଜଣ ସାଧୁଙ୍କୁ ଲିଞ୍ଚିଙ୍ଗ କରାଯାଇଥିବା ଘଟଣା ଉପରେ ଆଲୋଚନା ‌ କରୁଥିଲେ ଅର୍ଣ୍ଣବ‌ । ଏହି ସମୟରେ ସେ କଂଗ୍ରେସ ନେତାଙ୍କୁ ଟାର୍ଗେଟ୍‌ କରି ହିନ୍ଦୁଙ୍କୁ ଉକ୍‌ସାଉଇବାକୁ ଚେଷ୍ଟା କରିଥିଲେ । ତେଣୁ ମହାରାଷ୍ଟ୍ର, ଛତିଶଗଡ଼, ରାଜସ୍ଥାନ, ପଞ୍ଚାବ, ତେଲେଙ୍ଗାନା ଓ  ଜାମ୍ମୁ-କାଶ୍ମୀରେ ଅର୍ଣ୍ଣବଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି ।

Leave a Reply