ଜମ୍ମୁ କାଶ୍ମୀରରେ ସେନା ହେଲିକପ୍ଟର ଦୁର୍ଘଟଣାଗସ୍ତ, ଅଳ୍ପକେ ବର୍ତ୍ତିଲେ ପାଇଲଟ୍
1 min read
ଶ୍ରୀନଗର: ଜମ୍ମୁ କାଶ୍ମୀର କିଶତୱାଡର ଏକ ଜଙ୍ଗଲରେ ସେନା ହେଲିକପ୍ଟର ଦୁର୍ଘଟଣାଗସ୍ତ। ଅଳ୍ପକେ ବର୍ତ୍ତିଲେ ପାଇଲଟ୍ । ଉଡାଣ ଭରିବାର ୧୫ ମିନିଟ ପରେ ଦୁର୍ଘଟଣା ଘଟିଥିବା ସୂଚନା।
ଭାରତୀୟ ସେନାର ALH ଧ୍ରୁବ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ଏଥିରେ ପାଇଲଟଙ୍କ ସମେତ ୩ଜଣ ଲୋକ ରହିଥିଲେ ବୋଲି ଜଣାପଡିଛି।
ଗତ ୨ ମାସରେ ଏଏଲଏଚ ଧ୍ରୁବ ବର୍ଗର ହେଲିକପ୍ଟରର ଏହା ହେଉଛି ତୃତୀୟ ଦୁର୍ଘଟଣା । କାହିଁକି ଓ କିପରି ହେଲିକପ୍ଟର କ୍ରାସ ହେଲା ତାହାର ଚାଲିଛି ଅନୁଧ୍ୟାନ । ସେହିପରି ଗତ ମାର୍ଚ୍ଚରେ ଅରୁଣାଚଳ ପ୍ରଦେଶର ମଣ୍ଡଲା ହିଲ୍ସରେ ଏକ ଚିତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ୨ ଜଣ ପାଇଲଟଙ୍କ ମୃତ୍ୟୁ ଘଟିଥିଲା ।