ନନ୍ଦିଘୋଷ ବ୍ୟୁରୋ : ପୁରୀରେ ଆର୍ମି ଚିଫ୍ ଜେନେରାଲ ଉପେନ୍ଦ୍ର ଦ୍ଵିବେଦୀ। ସେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଶ୍ରୀଜିଉଙ୍କୁ ଦର୍ଶନ କରି ଶ୍ରୀମନ୍ଦିରରୁ ବାହାରିବା ପରେ ସେ କହିଛନ୍ତି, ରତ୍ନ ସିଂହାସନରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରି ବିମୋହିତ ହୋଇଯାଇିଥିଲି। ଦେଶବାସୀଙ୍କ ସୁରକ୍ଷା ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛି। ଭାରତୀୟ ସେନା ପାଇଁ କୌଣସି ପ୍ରକାର ପ୍ରତିବନ୍ଧକର ସମ୍ମୁଖୀନ ଯେମିତି ନ ହେବ, ସେଥିପାଇଁ ଶ୍ରୀଜିଉଙ୍କ ଆଶିଷ ଭିକ୍ଷା କରିଥିଲେ। ଭିତରକାଠ ନିକଟରେ ଦର୍ଶନ ଓ ପୂଜା କରିବା ପରେ ସେ ବଟ ଗଣେଶ, ମା ବିମଳା, ମା ମହାଲକ୍ଷ୍ମୀ, ରୋଷଶାଳା ଓ କୋଇଲିବୈକୁଣ୍ଠରେ ମହାପ୍ରଭୁଙ୍କ ସମାଧିସ୍ଥଳ ଆଦି ବୁଲି ଦେଖିଥିଲେ।

