ସେନାର ଚିତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ଜଣେ ପାଇଲଟ୍ ଶହୀଦ

ଇଟାନଗର: ଅରୁଣାଚଳ ପ୍ରଦେଶର ତୱାଙ୍ଗରେ ବଡ଼ ଦୁର୍ଘଟଣା ଘଟିଛି । ସେନାର ଚିତା ହେଲିକପ୍ଟର କ୍ରାସ୍ ହୋଇଯାଇଛି । ହେଲିକପ୍ଟରରେ ଦୁଇଜଣ ପାଇଲଟ୍ ଥିଲେ, ସେମାନଙ୍କ ମଧ୍ୟରୁ ଜଣେ ପାଇଲଟ୍ ଲେଫ୍ଟିନାଣ୍ଟ ସୌରଭ ଯାଦବ ଶହୀଦ ହୋଇଯାଇଛନ୍ତି । ଅନ୍ୟ ଜଣେ ପାଇଲଟଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ଆର୍ମି ହସ୍ପିଟାଲେ ଭର୍ତ୍ତି କରାଯାଇଛି ।

ସୂଚନାନୁଯାୟୀ, ସକାଳ ପ୍ରାୟ ୧୦ ଟା ସମୟରେ ଏହି ଦୁର୍ଘଟଣା ଟି ଘଟିଛି । ତୱାଙ୍ଗ ଅଞ୍ଚଳରେ ରୁଟିନ୍ ମିଶନରେ ଯିବା ସମୟରେ ଏହି ଦୁଃଖଦ ଘଟଣା ଘଟିଯାଇଛି । ତେବେ କେଉଁ କାଣରୁ ହେଲିକପ୍ଟର ଟି କ୍ରାସ୍ ହୋଇଛି ସେନେଇ କୌଣସି ସୂଚନା ମିଳିପାରିନାହିଁ ।