ଗୟାରେ ଭାରତୀୟ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ପାଇଲଟ୍ ସୁରକ୍ଷିତ

1 min read

ଗୟା: ବିହାର ଗୟାରେ ଖସିପଡ଼ିଲା ଭାରତୀୟ ସେନା ହେଲିକପ୍ଟର। ସୗେଭାଗ୍ୟବଶତଃ ଅଳ୍ପକେ ବର୍ତ୍ତିଯାଇଛନ୍ତି ଦୁଇ ପାଇଲଟ। ଆଜି ଅପରାହ୍ନରେ ଭାରତୀୟ ସେନା ଅଫିସରଙ୍କ ପ୍ରଶିକ୍ଷଣ ଏକାଡେମୀ ପକ୍ଷରୁ ହେଲିକପ୍ଟର ଉଡାଣ କରାଯାଉଥିଲା।

ତେବେ ଯାନ୍ତ୍ରିକ ତ୍ରୁଟି କାରଣରୁ ଏହି ହେଲିକପ୍ଟରଟି ଖସିପଡିଥିଲା । ଏହି ଘଟଣାରେ ସୌଭାଗ୍ୟବଶତଃ ସେଥିରେ ଥିବା ଦୁଇ  ପାଇଲଟ ବର୍ତ୍ତିଯାଇଛନ୍ତି। ଏନେଇ ସୂଚନା ଦେଇଛନ୍ତି ଏକାଡେମୀର ନିର୍ଦ୍ଦେଶକ ବଙ୍ଗାଜିତ ଶାହା।

ସୂଚନା ଅନୁଯାୟୀ, ବୋଧଗୟା ବ୍ଲକର ଏକ ଗ୍ରାମରେ ଏହା ଜରୁରୀ ଅବତରଣ କରୁଥିବାବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ହେଲିକପ୍ଟରଟି ଖସିପଡ଼ିବା ପରେ ସ୍ଥାନୀୟ ଲୋକେ ପହଞ୍ଚି ଦୁଇ ପାଇଲଟଙ୍କୁ ଉଦ୍ଧାର କରିଥିଲେ।

Leave a Reply